ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ପାପଡାହାଣ୍ଡି,5/6, ମନିସ – ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ନବକିଶୋର ବେହରାଙ୍କ ନେତୃତ୍ୱରେ ଏକ ଟିମ ପାପଡାହାଣ୍ଡି ରେ ସୋମବାର ଚଢ଼ାଉ କରାଯାଇଛି | ଖାଦ୍ୟର ମାନ ଓ ଗୁଟଖା ବିକ୍ରି କରୁଥିବା ଦୋକାନରୁ ଜରିନାମା ଆଦାୟ କରାଯାଇଛି ।ଏହି ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ଅରୁଣ କୁମାର ମହାରଣା,ଜିଲ୍ଲା ପରାମର୍ଶ ଦାତା ତରୁଣ କୁମାର ସାହୁ ଉପସ୍ଥିତ ଥିଲେ ।ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଟଖା ଉପରେ ଏକ ସ୍ୱତନ୍ତ୍ର ଅଭିଯାନ ଯା ରି ରହିଛି । ଖାଦ୍ୟରୁ 18 ହଜାର ଓ 13 ଟି ଘୁଟକା ଦୋକାନ ରୁ 2600/- ଟଙ୍କା ଜରି ନାମା ଆଦ୍ୟୟ କରାଯାଇଛି | ବର୍ତ୍ତମାନ କୌଣସି ଦୋକାନୀଙ୍କୁ କେସ ମଧ୍ୟ କରାଯାଇ ନାହିଁ ।ପୁନର୍ବାର ଯାଞ୍ଚ ବେଳେ ଗୁଟଖା ବିକ୍ରି କରୁଥିବା ଜଣାପଡିଲେ କେସ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପରାମର୍ଶଦାତା ତରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳିତ : ଦୁଇ ରକ୍ତଦାତା ଙ୍କୁ ସମ୍ମାନିତ

masiha

ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

masiha

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ଵାରା ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!