ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ୍ ଚୋର ଧରିପଡିବା ପରେ ପୁଲିସ୍ କୁ ହସ୍ତାନ୍ତର କଲେ ଲୋକେ 

ରୁପ୍ରା, ୫/୬ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ସମେତ ପଡୋଶୀ ଲାଞ୍ଜିଗଡ଼ ବ୍ଲକ ଅଧିନ ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ଆଜି ସନ୍ଧ୍ୟାରେ ନର୍ଲା ବ୍ଲକ୍ ଅଧିନ ରୁପ୍ରା ଠାରେ ଏକ ବାଇକ୍ ଚୋରକୁ ଚୋରି ବାଇକ୍ ସହ ସ୍ଥାନୀୟ ଲୋକେ ଧରି ନର୍ଲା ପୁଲିସ୍ କୁ ହସ୍ତାନ୍ତର କରିଥିଲେ। ସୂଚନାଯୋଗ୍ୟ ଆଜି ସଦର ଥାନା ଅଧିନ ଦେପୁର ନିକଟ ସିନାଙ୍ଗଭଟା ଗ୍ରାମର ନରେଶ ଜାଲଙ୍କ ଆପାଚି ବାଇକ୍ ନଂ OD08Q 2195 କୁ ନରେଶଙ୍କ ବଡଭାଇ କୁମୁଦ ଜାଲ ଧରି ଲାଞ୍ଜିଗଡ ରୋଡ୍ ଯାଇଥିଲେ। ସେଠାରେ ସେ ଏକ ଦୋକାନ ପାଖରେ ବାଇକ୍ ରଖି ମୃଦୁ ପାନୀୟ ପିଇବା ପାଇଁ ଅଟକିଥିଲେ। ପରେ ଆସିବା ପରେ ସେ ରଖିଥିବା ସ୍ଥାନରେ ବାଇକ୍ ନଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକଙ୍କୁ କହିଥିଲେ। ତାପରେ ବାଇକ୍ ଚୋରି ବିଷୟରେ କୁମୁଦ ଘରକୁ ଜଣାଇଥିଲେ। ତାଙ୍କ ଭାଇ ନରେଶ ବାଇକ୍ ଚୋରି ବିଷୟ ଶୁଣିବା ପରେ ନିକଟସ୍ଥ ସାଙ୍ଗସାଥି ମାନଙ୍କୁ ଅବଗତ କରାଇଥିଲେ। ଠିକ୍ ସନ୍ଧ୍ୟାରେ ଉକ୍ତ ଚୋରି ବାଇକ୍ ସହ ଚୋର ରୁପ୍ରା ପହଞ୍ଚି ଏକ ଗ୍ୟାରେଜ୍ ରେ ବାଇକ୍ ମରାମତି କରିବା ପାଇଁ ଅଟକିଥିଲା। ସେହି ଚୋରି ବାଇକକୁ ପିଛାକରି ଜଣେବ୍ୟକ୍ତି ଆସି ସ୍ଥାନୀୟ ଲୋକଙ୍କୁ ଏହା ଚୋରି ବାଇକ୍, ଏହି ପିଲା ଚୋରି କରି ଆଣିଛି ବୋଲି କହିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ସେହି ଚୋରକୁ ଧରି ପଚରା ଉଚରା କରିବା ପରେ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ କୁଟେନ୍ ଗୋବିନ୍ଦପୁର ଗ୍ରାମର ରୋମାଞ୍ଚଳ ସାହୁ ବୋଲି କହିଥିଲା। ପରେ ଚୋର ଧରିପଡିବା ଖବର ନର୍ଲା ପୁଲିସ୍ ଓ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ପାଇବା ପରେ ଉଭୟ ପୁଲିସ୍ ରୁପ୍ରା ପହଞ୍ଚି ଚୋରକୁ କାବୁ କରିଥିଲେ। ନର୍ଲା ଏଏସ୍ଆଇ କାର୍ତ୍ତିକ ନାଏକ ସଦଳବଳେ ଆସି ଚୋରସହ ବାଇକ୍ କୁ ନର୍ଲା ଥାନାକୁ ନେଇଥିଲେ। ପଲମ ଫାଣ୍ଡି ଅଧିକାରୀ ଶ୍ରୀ ପଟ୍ଟନାୟକ ଉକ୍ତ ଚୋରି ସହ ଆଉକିଏ ସମ୍ପୃକ୍ତି ଅଛନ୍ତି ବୋଲି ରୋମାଞ୍ଚଳକୁ ପଚାରିବାରୁ କେସିଙ୍ଗାର ଲିଙ୍ଗ ସୂନା ଥିବା ସେ କହିଥିବା ଜଣାପଡିଛି। ଏଣୁ ଏହାର ଉଚିତ୍ ତଦନ୍ତ କରି ଏହାର ରାକେଟ୍ କୁ ଧରିବାକୁ ସ୍ଥାନୀୟ ଲୋକେ ପୁଲିସ୍ କୁ କହିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୋଲିସର ତଦନ୍ତ ଜାରି

Sunil Chandra Nayak

ଶକ୍ତିପୀଠ ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି ,୩ ଅଟକ

masiha

ଚପରିଆ ଛକ ନିକଟରେ ବୋଲେରୋ ଧକ୍କା ରେ ଜଣେ ମୃତ

masiha

Leave a Comment

error: Content is protected !!