ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର କୋର୍ଟ:ପତ୍ନୀ ହତ୍ୟା ମାମଲାରେ ରାମଜିତ୍ ଟୁଡୁ ଙ୍କୁ ଆଜୀବନ କାରାଦଣ୍ଡ 

ରାଇରଙ୍ଗପୁର କୋର୍ଟ:ପତ୍ନୀ ହତ୍ୟା ମାମଲାରେ ରାମଜିତ୍ ଟୁଡୁ ଙ୍କୁ ଆଜୀବନ କାରାଦଣ୍ଡ 

 ମୟୂରଭଞ୍ଜ -୧୨/୦୧ ( ମସିହା) ଆଇନ ଯେତେ କଠୋର ହେଲେ ମଧ୍ଯ ଅମାନୁଷିକ ପାଇଁ ସବୁକିଛି ଫୁ । ଦିନକୁ ଦିନ ନାରୀ ନିର୍ଯାତନା ବଢ଼ି ଚାଲୁଛି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ନେଇ ପତ୍ନୀକୁ ବାଉଁଶ ବାଡିରେ ଅମାନୁଷିକ ଭାବରେ ଦିନ ଦ୍ବିପହରରେ ପିଟିପିଟି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଶୁଣାଣି ହୋଇଛି ।

    ସୂଚନାଯୋଗ୍ୟ ଯେ ୨୯/୧୦/୨୦୨୧ ମସିହାରେ ମହୁଭଣ୍ଢାର ଗ୍ରାମର ରାମଜିତ୍ ଟୁଡୁ (୫୫) ନିଜର ପତ୍ନୀକୁ ଖାଇବା ପାଇଁ ମାଗିଥିଲେ ।ହେଲେ ପତ୍ନୀ ଆଶମାତ୍ ଟୁଡୁ (୫୦) କହିଲେ ମୁଁ ସ୍ମାର୍ଟ କାର୍ଡ ଆବେଦନ କରିବାକୁ ଯିବି ତେଣୁ ତମେ କେଉଁଠି ଖାଇ ନିଅ ।ଏତିକିରେ କ୍ଷଣକୋପି ରାମଜିତ୍ ଟୁଡୁ ଏକ ବାଉଁଶ ବାଡିରେ ପତ୍ନୀକୁ ଧୁମ୍ ପିଟାପିଟି କଲେ ।ଖବର ପାଇ ଗାଁ ଲୋକେ ପହଞ୍ଚି ପରସ୍ପର ମଧ୍ୟରେ ଛଡାଛଡି କରିଥିଲେ । ସେତିକିରେ ପିଶାଚ ସ୍ବାମୀ ର ମନ ବୁଝିଲା ନାହିଁ ।ପୁଣି ପରେ ସ୍ତ୍ରୀ କୁ ଘର ପାଖ ପଣସ ଗଛ ପାଖରେ ନିର୍ଦ୍ଧୁମ ଗୋରୁଗାଈ ଭଳି ନିର୍ଦୟ ଭାବେ ପିଟାପିଟି କରିଥିଲେ ।ପରେ ମାଡ଼ରେ ନିରିହ ଆଶମାତ୍ ଙ୍କ ମୃତ୍ୟୁ ହୋଇଥିଲା ।ଖବର ପାଇ ଆଶମାତ୍ ର ପୈତୃକ ଘର ଲୋକେ ଆସିଥିଲେ ।୩୦/୧୦/୨୧ ତାରିଖ ଦିନ ଆଶମାତ୍ ର ଭଉଣୀ କାପୁରା ମାରାଣ୍ଡି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ହତ୍ୟା ମାମଲାରେ ଏକ କେଶ ୧୩୫/୨୧ ରୁଜୁ କରିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଶୁଣାଣିରେ ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ପ୍ରମାଣ ଏବଂ ୨୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପତ୍ନୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଓ ଅନାଦେୟ ୧ ବର୍ଷ ଜେଲଦଣ୍ଡରେ ଆସାମୀ ରାମଜିତ୍ ଟୁଡୁଙ୍କୁ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ଏପିପି ପଙ୍କଜ ଦାସ ଲଢ଼ୁଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଘର ଲିପିବାକୁ ମାଟି ନେବାକୁ କେନ୍ଦ୍ର କରି ଥାନାରେ ମାମଲା 

masiha

ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ: ପ୍ରଶାସନ ନିଦାବିଷ୍ଣୁ 

Sunil Chandra Nayak

ଛାତ୍ରାଵାସରୁ ୪ର୍ଥ ଶ୍ରେଣୀର ନାବାଳକ ଛାତ୍ର ନିଖୋଜ

Sunil Chandra Nayak

Leave a Comment

error: Content is protected !!