ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ତ୍ରିନାଥ ମେଳା ଅନୁଷ୍ଠିତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତ୍ରିନାଥ ମେଳା ନାଟ୍ୟୋତ୍ସବ ରବିବାର ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନ ପକ୍ଷରୁ ସଂକଳ୍ପିତ ରୂପେ ପାଳିତ ହୋଇ ଆସୁଥିବା ତ୍ରିନାଥ ମେଳା ଗୀତିନାଟ୍ୟ ଚଳିତ ବର୍ଷ ୧୦ମ ସଂକଳ୍ପର ୨ୟ ବର୍ଷରେ ପଦାର୍ପଣ କରିଛି l ଏହି ମେଳା ନାଟକ ପାଞ୍ଚ ଦିନ ବ୍ୟାପି ପାଞ୍ଚ ମେଳା ଯଥା ତ୍ରିନାଥ ମେଳା, ବ୍ରାହ୍ମଣ ମେଳା, ରାଜା ମେଳା, ସାଧବ ମେଳା ଓ ସାଧୁ ମେଳା ଅନୁଷ୍ଠିତ ହେବାର ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆ ଯାଉଛି l ଅନୁଷ୍ଠାନର ସଭାପତି ଚତୃଭୁଜ ରଣା, ସମ୍ପାଦକ ଡୋଳାମଣି ରଣା, କ୍ଷୀରସାଗର ରଣା, ମୁରଲିଧର ରଣା, ଋଷିଚନ୍ଦ୍ର ରଣା, ମକାରୁ ରଣା, କାର୍ତ୍ତିକ ରଣା, ଗୌରାଙ୍ଗ ରଣା, ମେଲ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରୁଛନ୍ତି l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଆଦରମଣି ପ୍ରଧାନ ଙ୍କ କବିତା ରଜ

Sunil Chandra Nayak

ବରିଷ୍ଠ ଶିକ୍ଷକ ଭାସ୍କର ନନ୍ଦ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଚୋରା ବାଲି ଚାଲାଣ ଉପରେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ କେବେ

Sunil Chandra Nayak

Leave a Comment

error: Content is protected !!