ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ପରିବେଶ ଦିବସ ପାଳିତ

ନର୍ଲା (ମସିହା )କଳାହାଣ୍ଡି ଜିଲ୍ଲାର ହରଗୌରୀ ସାହିତ୍ୟ ଓ ସଂସ୍କୃତି ପରିଷଦ କୁଶୁର୍ଲା ତରଫରୁ ବିଶ୍ଵ ପରିବେଶ ଦିବସ ମହାସମାରୋହରେ ପାଳିତ ସୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗବେଷକ, ସାହିତ୍ୟିକ ଓ ସଂଗଠକ ଡକ୍ଟର ଅଜିତ କୁମାର ବେହେରା ଯୋଗଦାନ କରି ବୃକ୍ଷର ଉପକାରିତା ଓ ସାଂପ୍ରତିକ ପରିସ୍ଥିତିରେ ବୃକ୍ଷ ହ୍ରାସ ଫଳରେ ପରିବେଶ ଉପରେ କେମିତି କୁପ୍ରଭାବ ପଡୁଛି ସେ ସମ୍ପର୍କରେ ବିଶଦ ଭାବେ ବୁଝାଇଥିଲେ। ଏହି ଅବସରରେ ସ୍ବେଛାସେବୀମାନେ ହାତରେ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରାଇଥିଲେ। ଶେଷରେ ଗଣେଶ ସାହୁ, ବିରେନ୍ଦ୍ର ରଣା ଓ ହେମନ୍ତ ସାହୁଙ୍କ ସମେତ ବହୁ ଯୁବକ ଯୁବତୀ ସହାୟତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ପାଞ୍ଚ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ରେ କପିଳପ୍ରସାଦ – ଜଟଣୀ ରାସ୍ତା ଭୂମି ପୂଜନ କଲେ ବିଧାୟକ

ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୬୩ ୟୁନିଟ୍ ରକ୍ତ ସଂଗ୍ରହ

masiha

ନର୍ଲାବ୍ଲକ୍ ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ, ଆଗାମୀ ମାର୍ଚ୍ଚମାସ ୧୫ ତାରିଖରୁ ଷ୍ଟିଅରିଂ ଛାଡ ନିଷ୍ପତି

Sunil Chandra Nayak

Leave a Comment

error: Content is protected !!