ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ନିମନ୍ତେ ୫ଟି ସଚିବଙ୍କୁ ପତ୍ର ଲେଖିଲେ ମହେନ୍ଦ୍ର

ନବରଙ୍ଗପୁର,୫/୬(ମସିହା )ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ମୋ ସରକାର ୫ଟି ସଚିବଙ୍କୁ ପତ୍ର ଲେଖିଛନ୍ତି ଯୁବ ପୁରସ୍କାର ବିଜେତା ତଥା ଯୁବ ସମାଜସେବୀ ମହେନ୍ଦ୍ର କୁମାର ନାୟକ i ସେ ଗତ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସମସ୍ୟା ଏବଂ ତାହାର ତୁରନ୍ତ ସମାଧାନ ନିମନ୍ତେ ୧୫ ରୁ ଉର୍ଦ୍ଧ ପତ୍ର ଦେଇଥିଲେ, ଏବଂ ଏହାର ଅନୁଧ୍ୟାନ ପାଇଁ ୫ଟି ସଚିବ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଆଦେଶ ଦେଇଥିବାର ସୂଚନା ଇ ମେଲ ମାଧ୍ୟମରେ ମହେନ୍ଦ୍ର କହିଛନ୍ତି।ସେ ଜଣାଇଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲା କେବଳ ରାଜ୍ୟ କି ଦେଶର ବିକାଶ ନିମନ୍ତେ ସବୁବେଳେ ଚର୍ଚିତ ନୁହେଁ ବରଂ ବିଶ୍ୱର ପ୍ରଥମ ଧାନ ଏହି ଜିଲା ଗୁଡ଼ିକ ରେ ଉଠିଥିଲେ ବି ଲୋକଲୋଚନ କୁ ଆସି ପାରିନାହିଁ I ନିଷ୍କଳଙ୍କ ସତେଜ ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା ଅରଣ୍ୟ, ଜଳପ୍ରପାତ, ଥାକ ଥାକ ସବ୍ଜୀକୃତ ଉପତ୍ୟକା ଏବଂ ଚଳଚଞ୍ଚଳ ଝରଣାରେ ପରିଶୋଭିତ ଏହି ଜିଲ୍ଲା ପ୍ରକୃତି ପ୍ରେମୀ ମଣିଷଙ୍କୁ ଆକୃଷ୍ଟ କରିଥାଏ । ପାହାଡ, ଡଙ୍ଗର ଘେରା ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ତାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ବେଶ୍ ପରିଚିତ ଓ ପ୍ରତିଷ୍ଠିତ ତତ ସହିତ ଅବିଭକ୍ତ କୋରାପୁଟ ଜିଲ୍ଲା ଦେଇଛି ବେଶୀ ପାଇଛି କମ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପର୍ଯ୍ୟଟନ, ଗ୍ରାମୀଣ ବିକାଶ ରେ ଆଜି ବି ବିକାଶ ଠାରୁ ବହୁ ଦୂରରେ, ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ରହିଛି I ନିଜ ଦାବି ପତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କୃଷି ପାଇଁ ଶୀତଳ ଭଣ୍ଡାର, ନବରଙ୍ଗପୁର, କୋରାପୁଟ, ରାୟଗଡା ଠାରେ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ, ନବରଙ୍ଗପୁର ଓ ମାଲକାନଗିରି କୃଷିର ବିକାଶ ପାଇଁ ଅଧିକ ଜଳସେଚନ ପ୍ରକଳ୍ପ, ଯୁବକଙ୍କୁ କୃଷି ପ୍ରତି ଆକୃଷ୍ଟ ପାଇଁ ସ୍ୱତନ୍ତ୍ର ଯୋଜନା, ୪ଟି ଜିଲ୍ଲାର ଛୋଟ ବଡ ପର୍ଯ୍ୟଟନର ବିକାଶ ଦ୍ୱାରା ଯୁବକଙ୍କୁ ରୋଜଗାର, ସ୍ୱାସ୍ଥ୍ୟର ବିକାଶ ନିମନ୍ତେ ଅଧିକ ପଦବୀ ସୃଷ୍ଟି , ନବରଙ୍ଗପୁର ଓ ରାୟଗଡାର ଅଙ୍ଗନବାଡି ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି, ସ୍ଥାନୀୟ ମେଡିକାଲ ଓ ନର୍ସିଙ୍ଗ ଛାତ୍ର ଛାତ୍ରୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି, ସ୍କୁଲ ମଧ୍ୟାନ୍ନ ଭୋଜନର ତଦାରଖ, ଉଚ୍ଚ ଶିକ୍ଷା ନିମନ୍ତେ ଅଧିକ କଲେଜ ସ୍ଥାପନ, ନବରଙ୍ଗପୁର କଲେଜ କୁ ସରକାରୀ ମାନ୍ୟତା, କୋରାପୁଟ ଆଦିବାସୀ ଗବେଷଣା କେନ୍ଦ୍ର କୁ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ନିମନ୍ତେ ସୁପାରିଶ, ପ୍ରତି ବ୍ଲକରେ ସରକାରୀ ଆଇଟିଆଇ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିରେ ଥିବା ସମସ୍ତ ଯୋଜନାର ସୁପରିଚାଳନା, ଅବିଭକ୍ତ କୋରାପୁଟ ଜିଲ୍ଲାର ଯୁବ ବିକାଶ ନିମନ୍ତେ ଉନ୍ନତ ମାନର ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ହଷ୍ଟେଲ ଓ ଷ୍ଟାଡିୟମ, ଆଦିବାସୀ ଅଣ୍ଚାରେ ପ୍ରତି ବ୍ଲକ ରେ ଯୁବ ସଂସାଧନ କେନ୍ଦ୍ର ସ୍ଥାପନ, ରାଜ୍ୟ ଯୁବ ନୀତିର ପୁନର୍ବିଚାର, ଜୟପୁର ରେ ପ୍ରତିଯୋଗିତା ମୂଳକ ପରୀକ୍ଷା କେନ୍ଦ୍ର ଓପିଏସ୍ସି, ଓଏସଏସସି ର ଜୋନ କାର୍ଯ୍ୟାଳୟ ଏବଂ ପରୀକ୍ଷା କେନ୍ଦ୍ର, ବିଭିନ୍ନ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତି ଉପରେ ରୋକ୍ ଲଗେଇବା ନିମନ୍ତେ ସ୍ପେସିଆଲ ଟିମ ଓ ସିଏମ ଫ୍ଲାଇଙ୍ଗ ସ୍କ୍ୱାଡ଼ ଗଠନ ପାଇଁ ପ୍ରସ୍ତାବ, ୧୦ଟି ଶିଳ୍ପାନୁଷ୍ଠାନ ଗଢିବା ନିମନ୍ତେ ପ୍ରସ୍ତାବ, ଆଦିବାସୀ ଅଂଚଳରେ ରହୁଥିବା ଅତ୍ୟନ୍ତ ଗରିବଙ୍କୁ ଘର, ରୋଜଗାର ନଥିବା ଲୋକଙ୍କୁ ସରକାରୀ ଜମି ଲିଜ, ରାସ୍ତା ଘାଟର ମରାମତି, ସ୍ଵଛ ପାଣି ବ୍ୟବସ୍ଥା, ମିନି ବସ, ସାମାଜିକ ସୁରକ୍ଷା ଭତ୍ତା, ଦିବ୍ୟାଙ୍ଗଙ୍କୁ ସାଇକଲ ଭତ୍ତା ଓ କଳାକାର ଭତ୍ତା ବୃଦ୍ଧି ଏବଂ ଭିକ୍ଷୁକ ମୁକ୍ତ ଓଡିଶା ନିର୍ମାଣ ନିମନ୍ତେ ଅସହାୟଙ୍କୁ ସ୍ୱତନ୍ତ୍ର ସାହାଯ୍ୟ ଭତ୍ତା ସମ୍ୱନ୍ଧେ ଉଲ୍ଲେଖ କରିଥିବା ସୂଚନା ଦେଇଛନ୍ତି I

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ସ୍ବର୍ଗତ ଚୈନ ସିଂ ମାଝି ଙ୍କ ଦଶାହ କାର୍ଯ୍ୟ ରେ ଯୋଗଦେଇ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

Sunil Chandra Nayak

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

ଶ୍ରୀ ଅରବିନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ଅ’ ପତ୍ରିକା ଉନ୍ମୋଚନ

masiha

Leave a Comment

error: Content is protected !!