ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀ ପାଟଣା ରେ ବିଶ୍ୱ ପରିବେଶ ଦିବସ ପାଳିତ

ଭବାନୀପାଟଣା ତା ୫.୬.୨୦୨୩:  ଆଜି ଭବାନୀପାଟଣା ପୌରପାଳିକା ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଭବାନୀପାଟଣା ପୌରପାଳିକା କାର୍ଯାଳୟ ଠାରୁ ଆରମ୍ଭ ହୋଇ ଭବାନୀ ସିନେମା ହଲ ପର୍ଯ୍ୟନ୍ତ କରାଯାଇଥିଲା I ଉକ୍ତ ଶୋଭାଯାତ୍ରାରେ ନଗରପାଳ ଶ୍ରୀମତୀ ସଂଯୁକ୍ତା ବେହେରା , ଉପ-ନଗରପାଳ ଶ୍ରୀଯୁକ୍ତ ବିଷ୍ଣ ପ୍ରଧାନ, ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚିନ୍ମୟ କୁମାର ନାୟକ , ୱାର୍ଡ ନଂ.୮ କାଉନସିଲର ଶ୍ରୀମତୀ ଜୟଶ୍ରୀ ଅଗ୍ରୱାଲ , ୱାର୍ଡ ନଂ.୧୩ କାଉନସିଲର ଶ୍ରୀମତୀ ହାରାମଣି ଗଣ୍ଡ ,ୱାର୍ଡ ନଂ.୧୭ କାଉନସିଲର ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ନାଏକ ,ୱାର୍ଡ ନଂ.୧୮ କାଉନସିଲର ଶ୍ରୀଯୁକ୍ତ ସଚିନ ନାଏକ , କର୍ମଚାରୀ , ସ୍ୱଚ୍ଛସାଥି , ସ୍ୱଚ୍ଛ ସୁପରଭାଇଜର , ସ୍ୱୟଂ ସହାୟିକା ଗୋଷ୍ଠୀ , ସଫେଇ କର୍ମଚାରୀ ଇତ୍ୟାଦି ଯୋଗ ଦେଇଥିଲେ I ଭବାନୀ ସିନେମା ହଲ ଠାରେ ଏକ RRR Stall ( Recycle Reduce Reuse Stall ) ନଗରପାଳ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା I ଉକ୍ତ Stall ରେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନିଜ ପାଖରେ ଥିଲେ ଦାନ କରି ଅଭାବୀମାନଙ୍କ ଚାହିଦା ପୁରାଣ କରିବା ପାଇଁ ନଗରପାଳ ଆହ୍ୱାନ ଦେଇଥିଲେ, ଏତଦ ବ୍ୟତୀତ ଏକ ” ମୋ ଖତ” ଜୈବିକ ସାର ବିକ୍ରୟ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଥିଲା I ଟାଉନ ହଲ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଠି ସଫେଇ କର୍ମଚାରୀ ମାନଙ୍କୁ ଗାରିମା ଯୋଜନା ମାଧ୍ୟମରେ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା I ଏହି ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ସମ୍ବନ୍ଧରେ ଏବଂ ଗାରିମା ଯୋଜନା ଗୁଡିକ ସମ୍ବନ୍ଧରେ ମଞ୍ଚାସୀନ ଅତିଥିଗଣ ଆଲୋକପାତ କରିଥିଲେ I ଶ୍ରୀଯୁକ୍ତ ତପନ କୁମାର ନାୟକ , ପରିମଳ ବିଶେଷଜ୍ଞ ଏବଂ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ନାୟକ , CMMU କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

ମସିହା ନିଉଜ ସର୍ଭିସ୍ 

Related posts

ମୋହରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରକୃତି ମିତ୍ର ପୁରସ୍କାର

ଦୀପାବଳି ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଭାରତୀୟ କିସାନ ସଂଘ କଟକ ସଦର ଅଂଚଳରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!