ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ବେହେରା ଠାରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୩ ଅନୁଷ୍ଠିତ ହେଇଯାଇଛି। ସଂଗଠନ ସଭାପତି ଭବେଶ ଗଇଁତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିବା ସମାବେଶରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ ବିଜୟ କୁମାର ମିଶ୍ର, ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ପଞ୍ଚାନନ ଦୁରିଆ, ସମ୍ମନୀତ ଅତିଥି ଭାବେ ଯୁବ ସଂଗଠକ ଅବିନାଶ ମୁଣ୍ଡ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ, ସମାଜସେବୀ ଶୁଶିଲା ଅଗ୍ରୱାଲ, ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ଅବସର ପ୍ରାପ୍ତ ଶିକ୍ଷକ ଭକ୍ତ ଚରଣ ଭୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ଆଇନଜିବୀ ବିଶ୍ବନାଥ କର ପ୍ରମୂଖ ଯୋଗଦାନ କରି ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଏକ ସୁସ୍ଥ, ସମ୍ରୁଦ୍ଧଶାଳୀ ସମାଜ ଗଠନ କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ କରିଥିବା ବେଳେ କ୍ରିଡା ଶିକ୍ଷକ ସୁରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ପାଦକ ଗୋଷ୍ଠୀ ସଂପାଦିକା ସଂଗୀତା ବିଶି ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସଂଗଠନ ସଂପାଦକ ଭୁଜବଳ ନାଏକ ଓ ସହ ସଂପାଦକ ଶୁଶିଲ ଚନ୍ଦ୍ର ନାଗ ପୁରସ୍କାର ବିତରଣ ଉତ୍ସବ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଯୁକ୍ତ ୨ ବାଣିଜ୍ଯ ର ସମଗ୍ର ରାଜ୍ୟରେ ପଞ୍ଚମ ସ୍ଥାନ ରେ ଅଧିକାର କରିଥିବା ତଥା କଳାହାଣ୍ଡି ଜିଲ୍ଲା ଟପ୍ପର ଛାତ୍ରୀ ତନିସା ବଂଶଲ ଏବଂ ନବରଙ୍ଗପୁର ଜିଲ୍ଲା ଟପ୍ପର ହେଇଥିବା ଦଣ୍ଡପାଟ ଅଞ୍ଚଳର ଛାତ୍ର ଡୋଲେନ୍ଦ୍ର ଦୁରିଆ ଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ଦଣ୍ଡପାଟ ଅଞ୍ଚଳର ୧୪ ଗୋଟି ଉଚ୍ଚ ବିଦ୍ୟାଳୟ ର ୧୬ଜଣ ମେଧାବୀ ବିଦ୍ୟାର୍ଥୀ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସଂଗଠନ ସଂଯୋଜକ ରଜତ ବଂଶଲ ଧନ୍ଯବାଦ ଅର୍ପଣ କରିଥିବା ବେଳେ ସଦସ୍ୟ ଭିକାରୀ ଚରଣ ଗୋପାଳ, ତରେଶ ବିଶି, ତ୍ରିଲୋକ ନାଥ ସିଂ, କ୍ଷୀରସିନ୍ଧୁ ବାଣୁଆ, କ୍ଷୀରସିନ୍ଧୁ ବାଗ, ରୁପେଶ ନାଏକ, ଟିକେଶ୍ବର ଭୋଇ, ହେମାଳ ବିଶି, ରିଙ୍କୁ ବିଶି, ଇଶ୍ବର ବାଣୁଆ,ରଙ୍ଗାଧର ନାଗ, ସିଲେଇ କେନ୍ଦ୍ର ପ୍ରଶିକ୍ଷିକା ସାବିତ୍ରୀ ନାଏକ, ଚାନ୍ଦିନୀ ଭୋଇ ଏବଂ ଉତ୍ପାଦକ ଗୋଷ୍ଠୀ ର ସମସ୍ତ ସଦସ୍ୟା ପ୍ରମୂଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୃତ୍ୟ ଓ ସଂଗୀତ ନିର୍ଦ୍ଦେଶକ ଦେବେନ୍ଦ୍ର ବାରିକଙ୍କ ୧ମ ଶ୍ରାଦ୍ଧବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ 

Sunil Chandra Nayak

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ଲଷ୍ଟର ସ୍ତରୀୟ ବୈଠକ ପରିଦର୍ଶନ

masiha

Leave a Comment

error: Content is protected !!