ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

ନର୍ଲା (ମପ୍ର) କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓ। ଏଥିପାଇଁ ନର୍ଲା ବିଜେଡ଼ି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନର୍ଲା ଜୋନ ନଂ ୧ର ସଦସ୍ୟା ନମ୍ରତା ସାହୁ, ଜୋନ ନଂ ୩ର ସଦସ୍ୟା ଲିଲି ଦୀପ, ନର୍ଲା ବିଜେଡ଼ି ସଭାପତି ପରେଶ ପଧାନ, ସର୍ଗିଗୁଡା ପଂଚାୟତର ପୂର୍ବତନ ସରପଂଚ ହମେଶ ଜୈନ, ନାରୀ ନେତ୍ରୀ ପଙ୍କଜିନୀ ନାଏକ, ବରୁଣ ନାଏକ, କିଶୋର ନାଏକ, କିଶୋର ମାଝୀ ପ୍ରମୁଖ ସହ ଦଳୀୟ ସମର୍ଥକ ଉପସ୍ଥିତ ରହି ଅଧ୍ୟକ୍ଷଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତା ଦଲଜିତ ସିଂ, ଆଇନଜୀବୀ ଜୟ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ପଞ୍ଚାୟତରାଜ ନିର୍ବାଚନରେ ବିଜେଡ଼ି ୩୬ ଗୋଟି ଜିଲ୍ଲା ପରିଷଦ ଆସନରୁ ୩୩ଟି ଆସନ ଅକ୍ତିଆର କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ଅଳଙ୍କୃତ ହେବାରେ ସକ୍ଷମ ହୋଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କୃଷି ବିଭାଗର ଛାନଭିନ୍ , ଲଗାତାର ଚଢ଼ାଉ ଜାରୀ 

Sunil Chandra Nayak

ବାଲ୍ ଯାତ୍ରାରେ ଏକାଠି ହେଲେ ସାତପାଲି ମୁଖ୍ୟ , ମାଟି ଦେବତାଙ୍କ ନିକଟରେ ନବାନ୍ନ ଚଢିଲା 

Sunil Chandra Nayak

ପୂଜା ଜ୍ୱେଲସ ଦୋକାନୀ ହାତରୁ ଅଳଙ୍କାର ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ

Leave a Comment

error: Content is protected !!