ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡରା ମାଳି ସମାଜ ସେବା ସଙ୍ଘ ଗଠନ

ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସାଲେଭଟା ଗ୍ରାମ ଠାରେ ପଣ୍ଡରା ମାଳି ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ପରମାନନ୍ଦ ନାୟକ ସଭାପତିତ୍ୱ କରିଥିଲେ l ବୈଠକ ରେ ସମାଜରେ ନାରୀଶିକ୍ଷା, କୁ ସଂସ୍କାର, ଉପରେ ଆଲୋଚନା କରି ସମାଜ କିପରି ସବୁ ଦିଗରେ ଆଗେଇଵ ସେଥିପାଇଁ ଏକ ପୂର୍ଣ୍ଣାଙ୍ଗ କମିଟି ସର୍ବସମ୍ମତି କ୍ରମେ ” ପଣ୍ଡରା ମାଳି ସମାଜ ସେବା ସଙ୍ଘ “ଗଠନ କରାଯାଇଥିଲା l ଉକ୍ତ ସେବାସଙ୍ଘ ର ସଭାପତି ରୂପେ ଅଧୀରାଜ ନାୟକ, ଉପ ସଭାପତି ବିଜୟ ବୋଡ଼କିଆ, ସମ୍ପାଦକ ଦିବାକର ନାୟକ, ସହ ସମ୍ପାଦକ ବାସୁଦେବ ଟୋଲଟିଆ, କୋଷାଧକ୍ଷ ଉଗ୍ରେସନ ମାଳି, ସଂଚଳକ ଯତୀନ୍ଦ୍ର କୁମାର ନାୟକ,ଚଲାନ ନିରଞ୍ଜନ ପାରି ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ବୈଠକ କୁ ଡମ୍ବରୁଧର ନାୟକ, କାର୍ତିକ ମାଳି, ମହେନ୍ଦ୍ର ନାୟକ, ବିଶ୍ୱମ୍ବର ନାୟକ, କଣ୍ଠେଶ୍ଵର ନାୟକ, ଗିରିଧାରୀ ନାୟକ, ସୋମନାଥ ନାୟକ, ଅନନ୍ତ ମଶ୍ରା, ପୁରୁଷୋତ୍ତମ ମାଳି, ଲଖଣ ନାୟକ, ପ୍ରମୁଖ ସହଯୋଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଆଳତୁମା ହାଇସ୍କୁଲ 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳିତ

masiha

MGNRGA,ଦ୍ଵାରା ୧୦୦ ଦିନର କର୍ମନିଯୁକ୍ତି ପାଇବାପାଇଁ,ଶିରୀଗୁଡା ଗ୍ରାମପଞ୍ଚାୟତ ରେ କାମ ଆବେଦନ

masiha

ନବବର୍ଷ ଉପଲକ୍ଷେ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

Sunil Chandra Nayak

Leave a Comment

error: Content is protected !!