ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର କ୍ଷେତ୍ରପାଳ ସମ୍ମାନ ରେ ସମ୍ମାନିତ

ରାଉରକେଲା / ରାଉରକେଲା ର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ର ଆୟୁକ୍ତ ଡ଼ଃ ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲା ର ଅଗ୍ରଣୀ ସାହିତ୍ୟନୁଷ୍ଠାନ ଶ୍ରୀଧର ସ୍ମୃତିଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠାନ ର ସାଧାରଣ ସମ୍ପାଦକ   ଡ଼ଃ ସୁବାସ ଚନ୍ଦ୍ର ଲେଙ୍କା ଙ୍କ ଦ୍ୱାରା ମହାନଗର ନିଗମ କାର୍ଯ୍ୟାଳୟରେ ପୁଷ୍ପଗୁଛ୍ଛ , ଉତ୍ତରୀୟ , ମେମୋଣ୍ଟୋ ସହିତ କ୍ଷେତ୍ରପାଳ ସମ୍ମାନର ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

  ଆଜିର ଏହି ନିରାଡମ୍ବର ସମାରୋହ ରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମ ର ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇ, ନାଟ୍ୟକାର ନିକୁଞ୍ଜ ବିହାରୀ ଦାଶ, କବି କିଶୋରୀ ମୋହନ କର, ଉମାଶଙ୍କର ତିୱ।ରି, କେ.କେ.ଠାକୁର ,ଶଶଧର ପଣ୍ଡା ଙ୍କ ବ୍ୟତୀତ ଅନୁଷ୍ଠାନର ବହୁ ପଦାଧିକାରୀ ଗଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ସମାରୋହ ରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ଅନୁଷ୍ଠାନର ୪୨ ତମ ବାର୍ଷିକ ସାରସ୍ଵତ ସମାରୋହ ରେ ଡଃ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବବୋଲି ସ୍ଥିର କରାଯାଇଥିଲା । ଅନିର୍ବାର୍ଯ୍ୟ କାରଣ ବସତଃ ଯୋଗୁଁ ସେ ଯୋଗଦେଇ ପାରି ନଥିବାରୁ ଆଜି ତାଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

TRUCK AND PICKUP VAN COLLIDE AND CATCH FIRE UNDER Rly Bridge IN RAYAGADA

masiha

୨୬ ବର୍ଷରେ ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ନୂତନ ଅଙ୍ଗନବାଡି ଦିଦି ଙ୍କୁ ସ୍ୱାଗତ 

masiha

Leave a Comment

error: Content is protected !!