ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ଚତୁର୍ଥ ସାଧାରଣ ବୈଠକ

ରାଉରକେଲା/ ଅବସରପ୍ରାପ୍ତ ପୁଲିସ ଅଫିସର ଆସୋସିଏସନ୍ ରାଉରକେଲା ତରଫରୁ ଆଜି କଳିଙ୍ଗ ବିହାର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏହାର ଚତୁର୍ଥ ବାର୍ଷିକ ସାଧାରଣ ସଭା ସହ ଏକ ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା l ପିଟରଲାର୍କ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ଶିବିରକୁ ଆସୋସିଏସନର ସଭାପତି ଶ୍ରୀ ବିଶ୍ଵମୋହନ ପଟ୍ଟନାୟକ, ହାଇଟେକ ମେଡିକାଲ କଲେଜର ଡାକ୍ତର ଶ୍ରଦ୍ଧାନନ୍ଦ ମହାପାତ୍ର,ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ବାସନ୍ତୀ ପାଠାଗାରର ସମ୍ପାଦକ ପ୍ରତାପ କୁମାର ରାୟ, ସ୍ୱସ୍ତିର ସମ୍ପାଦକ ଅଶୋକ ପଟ୍ଟନାୟକ, ପିଟରଲାର୍କ ଫାଉଣ୍ଡେସନର ଚେୟାରମେନ ଡ଼ାକ୍ତର ଅଭିଷେକ ରାଉତରାୟ ମିଳିତ ଭାବରେ ଉଦଘାଟନ କରିଥିଲେ l ଏହି ଶିବିରକୁ ବିକାଶ ବାନାର୍ଜୀ ପରିଚାଳନା କରିଥିଲା ବେଳେ ବରିଷ୍ଠ ଡ଼ାକ୍ତର ପ୍ରଦୀପ କୁମାର କର,ଡ଼ାକ୍ତର ଚିନ୍ମୟ ସାହୁ, ଡ଼ାକ୍ତର ସାହୁ,ଡ଼ାକ୍ତର କ୍ଷିତୀଶ ପଟ୍ଟନାୟକ,ଡ଼ାକ୍ତର ସୁଧାଂଶୁଵାଲା ମାଝୀ, ଡ଼ାକ୍ତର ଶୁଭେନ୍ଦୁ କର ଯୋଗ ଦେଇ ସ୍ଥାନୀୟ ଲୋକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହା ସହିତ ଆସୋସିଏସନର ଚତୁର୍ଥ ବାର୍ଷିକ ଅଧିବେଶନକୁ ସଭାପତି ଶ୍ରୀ ବିଶ୍ଵମୋହନ ପଟ୍ଟନାୟକ, ଉପଦେଷ୍ଟା ଶତ୍ରୁଘ୍ନ ପରିଡା, ଉପଦେଷ୍ଟା ଇଗ୍ନେଶ ହାଁସଦା, ଉପଦେଷ୍ଟା ନମିତା ରାୟ,ଉପ ସଭାପତି ରଂଜିତ କୁମାର ଭୋଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ଦିବଂଗତ ସଦସ୍ୟ ପ୍ରସନ୍ନ କୁମାର ମହାନ୍ତି, କାର୍ତିକ ଚନ୍ଦ୍ର ସ୍ୱାଇଁ, ପଦ୍ମନାଭ କର, ବ୍ରଜମୋହନ ପରିଡା, ବୈଲୋଚନ ଦାସଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରି ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା l ସଭାରେ ସଭାପତି ଅଧ୍ୟକ୍ଷତା କରିଥିଲା ବେଳେ ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ସଭାକୁ ସଂଚାଳନ କରିଥିଲେ l ଶ୍ରୀମତୀ ରୀନା ରାଣୀ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ l ପୋଲିସ ପରିବାରର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଫୁଟବଲରେ କୁମାରୀ ହେମା ଖେସ, ହକିରେ ଅମ୍ରିତା ଖାଖା, କରାଟେରେ ଶ୍ରୀ ଅଭିଷେକ ପଟ୍ଟନାୟକ ଓ ଓଡିଶାଶ୍ରୀ ସମ୍ମାନରେ ସମ୍ମାନିତ ଅସୀତ କୁମାର ସାମଲଙ୍କୁ ଆସୋସିଏସନ ତରଫରୁ ସମ୍ମାନିତ କରାଯାଇଥିଲା l ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ୟାର ସମାଧାନ ପାଇଁ ସାଇ ଏଣ୍ଟେରପ୍ରlଇଜେସର ଶ୍ରୀମତୀ ସୁଲତା ପତି, ଆର୍ଥିକ ସମସ୍ୟାର ସମାଧାନ ପାଇଁ ଇଂ ନଳିନୀକାନ୍ତ ଧର,ବରିଷ୍ଠ ନାଗରିକ ମାନଙ୍କ ପାଇଁ ହେଲ୍ପଲାଇନର ଶ୍ରୀ ବାସୁଦେବ ଦାସ ବିସ୍ତୃତ ଆଲୋଚନା ସହିତ ଏହାର ଲାଭ ନେବା ପାଇଁ ଅନୁରୋଧ କରିଥିଲେ l ଇସ୍ପାତ ସାହିତ୍ୟ ସଂସଦର ସଂପାଦକ ନୃସିଂହ ଚରଣ ବିଶ୍ୱାଳ, ସ୍ବସ୍ତି ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ରାଜକୁମାର ମହାନ୍ତି ଆସୋସିଏସନର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିବା ସହ କବିତା ପାଠ କରିଥିଲେ l ବରିଷ୍ଠ ଉପଦେଷ୍ଟା ଶତ୍ରୁଘ୍ନ ପରିଡା, ଇଗ୍ନେଶ ହାଁସଦା, ତ୍ରିଲୋଚନ ମିଶ୍ର, ନମିତା ରାୟ ଓ ଅନ୍ୟମାନେ ଆସୋସିଏସନ ଏକ ସ୍ଥାୟୀ ଘର ଓ ସଦସ୍ୟ ମାନଙ୍କର ଏକତା ଉପରେ ଗୁରୁତ୍ୱାରୋପ କରିବା ସହ ବର୍ତମାନର କମିଟି ଆଗାମୀ ବର୍ଷ ମଧ୍ୟ କାମ କରିବେ ବୋଲି କହିଥିଲେ l ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ଉଲ୍ଲେଖନୀୟ ସମାଜସେବା ପାଇଁ ସମ୍ମାନସୂଚକ ଡ଼କ୍ଟରେଟ ପାଇଥିବାରୁ ଆସୋସିଏସନ ତରଫରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ମାନିତ କରାଗଲା l ଶେଷରେ ଉପସଭାପତି ଯଦୁମଣି ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ଅକ୍ଷୟ ତୃତୀୟା

କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

ଯଦୁନାଥ ଦାସ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ……..

Leave a Comment

error: Content is protected !!