ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗ୍ରୀଷ୍ମ କାଳୀନ ବ୍ଯାଡମିନ୍ଟନ ପ୍ରଶିକ୍ଷଣ କର୍ମଶାଳା

ଜୁନାଗଡ଼,୭/୬ (ମ ନି ସ) ଜୁନାଗଡ଼ ବେଡ଼ମିଣ୍ଟନ ଆସୋସିଏସନ ଦ୍ୱାରା ଆୟୋଜିତ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।.ଏହି କର୍ମଶାଳା ରେ ମୋଟ ୪୦ ଜଣ ଖେଳାଳି ପ୍ରଶିକ୍ଷଣ ନେଇଥିଲେ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ କୋଚ୍ ରଞ୍ଜିତ କୁମାର ବାନ୍ଥ, ଗୌରୀ ଶଙ୍କର ବିଶି ଓ ନରେଶ୍ୱର ସୁନାନି ଉଦଘାଟନୀ ଉତ୍ସବରେ ଶ୍ରୀ ରମେଶ ଚନ୍ଦ୍ର ପାଢୀ ଜିଲ୍ଲା କ୍ରୀଡା ଅଧିକାରୀ, ସନ୍ଦୀପ କୁମାର ମିଶ୍ର ସମ୍ପାଦକ କଳାହାଣ୍ଡି ବ୍ଯାଡମିନ୍ଟନ ଆସୋସିଏସନ୍, ସରୋଜ କୁମାର ପଣ୍ଡା କାର୍ଯ୍ୟକାରିଣୀ ସଭାପତି, ସମୀର କୁମାର ସାହୁ ସମ୍ପାଦକ, ହିମାଂଶୁ ଶେଖର ବରଡ଼ ସଭାପତି ସାମ୍ବାଦିକ ସଂଘ,ମହେଶ୍ କୁମାର ସାହୁ ପୂର୍ବତନ ଅଧ୍ୟକ୍ଷ ଜୁନାଗଡ ଏନ୍ ଏ ସି, ଅରୁଣ କୁମାର ରଥ ଉପ ସଭାପତି କେ ବି ଏ, ମହେଶ କୁମାର କୁକ୍ରେଯା ଅତିଥି ଭାବେ ଯୋଗ ଦେଇଥିଲେ l ମାନସ ରଞ୍ଜନ ସାହୁ, ଉମେଶ ଜୈନ ଉପ ସଭାପତି ବାଜ୍, ଓ ଜୁନାଗଡ ବ୍ଯାଡମିନ୍ଟନ ଆସୋସିଏସନ୍ ର ସମସ୍ତ ସିନିୟର ଖେଳାଳି ଉପସ୍ଥିତ ଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢୀ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ ସନ୍ତୋଷ କୁମାର ସାହୁ, ଶ୍ରୀ ପ୍ରଦୀପ କୁମାର ଦାସ ସଭାପତି କଳାହାଣ୍ଡି ବ୍ଯାଡମିନ୍ଟନ ଆସୋସିଏସନ୍, ଶ୍ରୀ ସନ୍ଦୀପ କୁମାର ମିଶ୍ର, ସମ୍ପାଦକ କଳାହାଣ୍ଡି ବ୍ଯାଡମିନ୍ଟନ ଆସୋସିଏସନ୍, ଶ୍ରୀ ମନୋରଞ୍ଜନ ଦାସ ସିଓସି, ଚେୟାରମ୍ଯାନ, ସୁରେନ କୁମାର ଗୋଏଲ, ଶ୍ରୀ ମାନସ ରଞ୍ଜନ ସାହୁ, ଉମେଶ କୁମାର ଜୈନ, ନୀତିଶ ମହାପାତ୍ର, ଉକ୍ତ କାଯ୍ୟକ୍ରମ କୁ ସଭାପତିତ୍ବ କରିଥିଲେ ଶ୍ରୀ ସରୋଜ କୁମାର ପଣ୍ଡା କାର୍ଯ୍ୟକାରିଣୀ ସଭାପତି, ଜୁନାଗଡ଼ ବ୍ଯାଡମିନ୍ଟନ ଆସୋସିଏସନ୍, ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସମୀର କୁମାର ସାହୁ, ସମ୍ପାଦକ ଜୁନାଗଡ଼ ବ୍ଯାଡମିନ୍ଟନ ଆସୋସିଏସନ୍, ଶେଷରେ ଖେଳାଳି ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ଦେଉଳି ଠାରେ ରାତ୍ରି କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

Sunil Chandra Nayak

ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା…. ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!