ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ନୋୱାର୍ଲ୍ଡ ଠାରେ ଟ୍ରେନ୍ ଦୁର୍ଘଟଣା ରେ ମୃତକ ଙ୍କ ପାଇଁ ଶୋକସଭା

ମୟୂରଭଞ୍ଜ-,୭/୦୬: (ମସିହା) ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ର ଅମର ଆତ୍ମା ର ସଦଗତି କାମନାର୍ଥେ ରାଇରଙ୍ଗପୁର ସ୍ଥିତ ଅଗ୍ରଣୀ ଆବାସିକ ଶିକ୍ଷାନୁଷ୍ଠାନ ଟେକ୍ନୋୱାର୍ଲ୍ଡ ଇନଷ୍ଟିଚ୍ୟୁଟରେ ଏକ ଶୋକସଭା ଅଧକ୍ଷ ପ୍ରାଧ୍ୟାପକ ଲଳିତ ମୋହନ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାକ୍ତନ ନିର୍ଦ୍ଦେଶକ ଇଂ ଉମାକାନ୍ତ ମହାନ୍ତ, ସ୍ତମ୍ଭକାର ଲଳିତ ମହାନ୍ତ, ରାଇରଙ୍ଗପୁର କଲେଜ ର ଦାରା ସିଂ ମହାନ୍ତ, ଲୁହାଶିଲା କଲେଜ ର ଅଧ୍ୟାପକ ଶଶିକାନ୍ତ ନନ୍ଦ, କେନ୍ଦ୍ରୀୟ ବିଦ୍ୟାଳୟ ର ଡଃ. ସସ୍ମିତା ଦାସ, ଗୋରୁମହିଷାଣୀ ଆଇରନ କଲେଜ ର ଅଧ୍ୟାପକ ପ୍ରକାଶ ମଣ୍ଡଳ, ତିରିଂ ଓ.ଏ.ଭି ର ନିକିତା ବାନରା, ଟେକ୍ନୋୱାର୍ଲ୍ଡର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରୁ ଭାସ୍କର ପ୍ରତିମ ପଟ୍ଟନାୟକ, ଆଶିଷ କୁମାର ବେହେରା , ଖେଲୁନଦେବ ଗିରି, ରୋହିତ ନନ୍ଦ, ରଞ୍ଜିତା ମହାନ୍ତ,ପ୍ରଜ୍ଞା ମହାନ୍ତ, ଡିଗ୍ରୀ କଲେଜ ର ଏକତା ଅଧିକାରୀ, ଅବିନାଶ ବାରିକ୍, ଶୁଭଶ୍ରୀ ରୁକ୍ମଣୀ ମହାନ୍ତ, ରାକେଶ କୁମାର ସାମଲ, ଶିମିଳିପାଳ ନର୍ସିଂ କଲେଜ ର ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ଶିବାଶିଷ ଗିରି ତଥା ଅଜୟ କୁମାର ମହାପାତ୍ର ପ୍ରଦ୍ୟୁମ୍ନ ଦତ୍ତ, ଭବାନୀ ଶଙ୍କର ମହାନ୍ତି, ଗୌତମ ମହାନ୍ତ, ରମାକାନ୍ତ ମହାନ୍ତ, ତାପସ ମହାନ୍ତ, ସୁନିଲ ମହାନ୍ତ, ସିପୁନ ମହାନ୍ତି ପ୍ରମୁଖ ଏଥିରେ ସାମିଲ ହୋଇ ଶୋକସନ୍ତପ୍ତ ପରିବାର ଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ପ୍ରାର୍ଥନା କରିବା ସହ ଆହାତ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ପ୍ରାରମ୍ଭ ରେ ମୃତକଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

ଜଳଙ୍ଗ ଚଣ୍ଡୀ ପୀଠରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଭାବାବେଗ ପରିବେଶ ମଧ୍ୟରେ ସାମ୍ବାଦିକଙ୍କ ଶୋକସଭା 

masiha

Leave a Comment

error: Content is protected !!