ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳକଷ୍ଟ ଦୁର କରିବାକୁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ

କୋକସରା,୭/୦୬-ଡ଼ହ ଡ଼ହ ଖରା, ସତେ ଯେମିତି ଅଗ୍ନିବର୍ଷା ହେଉଛି । ଦିନ ୧୦ ଟା ପରେ ଖରା ର ପାରଦ ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଜଳକଷ୍ଟ ପାଇଁ ଖରାକୁ ଖାତିର ନକରି ବ୍ଲକ ପ୍ରଶାସନ ନିକଟରେ ଦ୍ୱାରସ୍ଥ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ ମାନେ। ଗାଁ ରେ ଥିବା ସମସ୍ତ ନଳକୂପ ଓ ପୋଖରୀ ଶୁଖିଯିବା ପରେ ଗ୍ରାମବାସୀ ସ୍ଥାନୀୟ ଟେମରା ସରପଞ୍ଚଙ୍କ ନିକଟରେ ଫେରାଦ ପରେ ମଧ୍ୟ କୌଣସି ଆଶୁ ସମାଧାନ ନ ହେବାରୁ ବୁଧବାର ହଂସପଡାର ମହିଳା ମାନେ ଟାଣ ଖରାକୁ ଖାତିର ନ କରି କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗ ସମୟରେ କୋକସରା ବିଡ଼ିଓ ଉତ୍ତମ ବାଗଙ୍କ ସହ ଧର୍ମଗଡ ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗ ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିବା ବେଳେ ମହିଳା ମାନେ ଅଭିଯୋଗ କରି ଶୀଘ୍ର ପାନୀୟ ଜଳ କଷ୍ଟ ଦୁର କରିବାକୁ ଦାବି କରିଛନ୍ତି। ଅଭିଯୋଗ ପରେ ଆସନ୍ତା ସପ୍ତାହ ମଧ୍ୟରେ ପାନୀୟ ଜଳ ପାଇଁ ନଳକୂପ ଖନନ ସହ ପୋଖରୀ କାର୍ଯ୍ୟ ମଧ୍ୟ କରାଯାଇ ଜଳକଷ୍ଟ ଦୁର କରିବାକୁ ପ୍ରତିଶୃତି ଦେଇଛନ୍ତି କୋକସରା ବିଡ଼ିଓ ଉତ୍ତମ କୁମାର ବାଗ । ଅଭିଯୋଗ ସମୟରେ ପୁର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ ହଂସପଡା ଗାଁ ର ମହିଳା ଭାନୁମତି ନାଏକ, ମହେନ୍ଦ୍ରି ନାଏକ, ଯମୁନା ବେମାଲ, ସୋନି ନାଏକ, ତୁଳସୀ ନାଏକ, ସୁମନୀ ନାଏକ, ମମିତା ନାଏକ, ମଇନା ନାଏକ, ଚନ୍ଦ୍ରା ନାଏକ, ରୁକ୍ମଣୀ ନାଏକ, ରୁନି ନାଏକ, ଅନୁପମା ନାଏକ, ଲାଲା ନାଏକ, ଦେବକୀ ନାଏକ ସହ ଯୋଗା ନାଏକ, ଲାଲ ହଂସ , ଉଦୟ ନାଏକ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କୋଣାର୍କ ଉତ୍ସବରେ ଓମ ପ୍ରକାଶ ଙ୍କ ଇନ୍ଦ୍ରଲାଟ ମନ୍ଦିର

Sunil Chandra Nayak

କଳାହାଣ୍ଡି କୃଷି କାର୍ଯ୍ୟାଳୟର ଡ଼କ୍ୟୁମେଣ୍ଟାରୀ ନିର୍ମାଣ ପାଇଁ ବିଜ୍ଞାପନ କାହା ସ୍ୱାର୍ଥରେ ?

Sunil Chandra Nayak

ବିଷାକ୍ତ ସାପ କାମୁଡ଼ିବାରୁ ସିନାମାଳ ଗ୍ରାମର ନାବାଳିକା ଗୁରୁତର

Sunil Chandra Nayak

Leave a Comment

error: Content is protected !!