ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଟିଏଚ ଟ୍ରଷ୍ଟ ପକ୍ଷରୁ ଶୋକସଭା ଓ ରିଲିଫ ପାଣ୍ଠିକୁ ଦାନ

ରାଉରକେଲା : ରାଉରକେଲାର ଜଣାଶୁଣା ଅସ୍ଥିଶଲ୍ୟ ଚିକିତ୍ସାଳୟ କେଟିଏଚ ଡାକ୍ତରଖାନାର ପରିଚାଳନା ମଣ୍ଡଳୀ କେଟିଏଚ ଟ୍ରଷ୍ଟ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ ପାଇଛି l ଡାକ୍ତରଖାନା ପରିସରରେ ଏକ ଶୋକ ସଭାର ଆୟୋଜନ ଅବସରରେ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରା ଯାଇଛି l ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଡାକ୍ତରଖାନାର ପରିଚାଳନା ମୁଖ୍ୟ ଡାକ୍ତର ୟୁ.ସି. ଜେନା ବକ୍ତବ୍ୟ ରଖି ଏହି ଅଭାବନୀୟ ଦୁର୍ଘଟଣା ପାଇଁ ଉଦବେଗ ପ୍ରକାଶ ସହିତ ଆହତଙ୍କ ସେବା ଏବଂ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ସହାୟତା କଳ୍ପେ ସମସ୍ତେ ଅକୁଣ୍ଠ ଚିତ୍ତରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପର ପ୍ରଶଂସା ତଥା ଘଟଣା ସ୍ଥଳରେ ପହଞ୍ଚି ଥିବା ସମସ୍ତ ନେତୃବୃନ୍ଦ ଏବଂ ସେବାକାରୀଙ୍କୁ ସାଧୁବାଦ ଦେଵା ସହିତ କେଟିଏଚ ଟ୍ରଷ୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଥିବା ଡା. ଜେନା ଘୋଷଣା କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ଡାକ୍ତର, ସେବିକା ଓ କର୍ମଚାରୀ ଏବଂ ଟ୍ରଷ୍ଟ ସଦସ୍ୟ ଉପସ୍ଥିତ ଥିଲେ l ଅଗ୍ରଣୀ କେଟିଏଚ ଡାକ୍ତରଖାନାର ଏହି ପ୍ରେରଣା ମୂଳକ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଲ୍ମିକୀ ଜୟନ୍ତୀ ସମାରୋହ

Sunil Chandra Nayak

ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟର ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଶାଖା ତରଫରୁ ସଡକ ସୁରକ୍ଷା ସଚେତନତା ନେଇ ରାଲି 

masiha

ପ୍ରତିଦିନ ଜଳ ଯୋଗାଣରେ କିଏ କରୁଛି ଖେଳ-ପିଏଚଇଡି?

masiha

Leave a Comment

error: Content is protected !!