ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁହାଳ ଘରେ ନିଆଁ ଲାଗି ଦଶରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ, ଦୁଇ ଆହତ 

ଗୁହାଳ ଘରେ ନିଆଁ ଲାଗି ଦଶରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ, ଦୁଇ ଆହତ 

ବସ୍ତା,03/03 : ରବିବାର ରାତି ସମୟରେ ବସ୍ତା ଥାନା ସିତାପୁର ଗ୍ରାମରେ ଗୁହାଳ ଘରେ ନିଆଁ ଲାଗିବା କାରଣରୁ ଦଶରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ଏହି ଗ୍ରାମର ହରିହର ସାମଲ ତାଙ୍କର ଛେଳି ଗୁହାଳରେ ଧୂଆଁ ଦେଇ ପରିବାର ସଦସ୍ୟ ଟିଭି ଦେଖୁଥିଲେ। ଏହି ସମୟରେ ହଠାତ୍ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଗ୍ରାମର ଲୋକ ଦେଖି ସଙ୍ଗେ ସଙ୍ଗେ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ଖବର ପାଇ ମୁକୁଳିସି ସରପଞ୍ଚ ଅମିତ୍ କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ବସ୍ତା ତହସିଲଦାର ଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଚାଳିଶ ଟି ଛେଳି ମଧ୍ୟରୁ ଦଶ ରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ ମିଳିଥିଲା। ନିଆଁ ଲିଭାଇବାକୁ ଯାଇ ଗ୍ରାମର କିଶୋର ଜେନା ଏବଂ ହରିହର ଙ୍କ ପତ୍ନୀ ଲିଲି ସାମଲ ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନା କୁ ଚିକିତ୍ସା ପାଇଁ ଅଣାଯାଇଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍

Related posts

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର !!!

Sunil Chandra Nayak

ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦଘାଟିତ

masiha

ଶ୍ରଦ୍ଧା ରେ ଗୁରୁ ଦିବସ ପାଳନ

masiha

Leave a Comment

error: Content is protected !!