ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

ଏମ୍ ରାମପୁର ରେ ଖୁସି ର ଲହରୀ , ଶୋଭାଯାତ୍ରା

ଏମ୍ ରାମପୁର _କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଜୁ ଜନତା ଦଳର ପୁଷ୍ପେନ୍ଦ୍ର ସିଂହଦେଓ।ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।  ଚଳିତ ନିର୍ବାଚନରେ ଏମ୍ ରାମପୁର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧ରେ ବିଜୁ ଜନତା ଦଳ ପକ୍ଷରୁ ରୁ ପୁଷ୍ପେନ୍ଦ୍ର ସିଂ ଦେଓ ନିର୍ବାଚନ ଲଢ଼ିଥିଲେ.।ଆଉ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟିର ଶ୍ରୀକାନ୍ତ ହୋତା ଙ୍କ ଠାରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।ପରେ ତାଙ୍କୁ ଦଳ ପକ୍ଷରୁ  ଆଜି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଫଳରେ ଅଞ୍ଚଳ ରେ  ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି।। ଏନେଇ ଏମ୍ ରାମପୁର ରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା। ଏଥିରେ ବିଜୁ ଜନତା ଦଳର ଶତାଧିକ ଯୁବ ମହିଳା ପୁରୁଷ ଯୋଗ ଦେଇଥିଲେ। ଏହି ବିଜୟୀ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ନର୍ଲା ବିଧାୟକ ଭୂପିନ୍ଦର ସିଂହ ସମେତ ସମସ୍ତ ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛଛନ୍ତି. i ଧୀରେନ ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଟ୍ରକ ସହ ବାଇକ ଧକ୍କା, ୨ ମୃତ ୨ ଗୁରୁତର

Sunil Chandra Nayak

ବିଦେଶୀ ମଦ ଜବତ, ଜଣେ ଗିରଫ

Sunil Chandra Nayak

ଦୁଇ ମହିଳାଙ୍କ ବେକରୁ ହାର ଲୁଟି ନେଲେ କଳା ପଲସର ଲୁଟେରା

Sunil Chandra Nayak

Leave a Comment

error: Content is protected !!