ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉପ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାହାଣ୍ଡି ଯୁବ କଂଗ୍ରେସର ଧାରଣା

ଗୋଳାମୁଣ୍ଡା/୯/୬/ନିର୍ଭୟ/ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲାର ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ହେଉଥିବା ନିମ୍ନମାନର ରାସ୍ତା କାମ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆଜି କଳାହାଣ୍ଡି ଯୁବ କଂଗ୍ରେସପକ୍ଷରୁ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛିନ୍ତି । ଗୋଳାମୁଣ୍ଡା ଓ ଜୁନାଗଡ଼ ବ୍ଲକରେ ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ହେଉଥିବା ଚଞ୍ଚରାମୁଣ୍ଡା ଠୁ ମକୁନ୍ଦପୁର ରାସ୍ତା ଓ ରେଙ୍ଗାସପାଳି ଠୁ ସକ୍ରିପାଳି ଓ ଲତାବାଞ୍ଜି ସଂଯୋଗ ହେଉଥିବା ରାସ୍ତା କାମର ପିଚୁ ଉଠୁଥିବା ନେଇଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ କ୍ଷୋଭ ପ୍ରକାଶକରି ଗତ କିଛିଦିନ ତଳେ ଉପ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ।ହେଲେ ବିଭାଗୀୟ ତରଫରୁ କୌଣସିପ୍ରକାର ତଦନ୍ତ ହୋଇ ନ ଥିବା ନେଇ ଯୁବ କଂଗ୍ରେସ ପକ୍ଷରୁ ଧାରଣା ଦେଇଥିବା ସାଉଲ ମଙ୍ଗରାଜ ପ୍ରକାଶ କରିଛନ୍ତି । ଏପଟେ ଗୋଳାମୁଣ୍ଡା ବ୍ଲକରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଠ ବର୍ଷ ପୂର୍ବରୁ ନିର୍ମାଣ କାମ ଶେଷ ହୋଇଥିଲେ ସୁଦ୍ଧା କନିଷ୍ଠ ଯନ୍ତ୍ରୀ ରହୁ ନ ଥିବା ନେଇ ଧାରଣାରେ ସାହୁଲ ମଙ୍ଗରାଜ, ଧର୍ମଗଡ଼ ନିର୍ବାଚନ ମଣ୍ଡଳ ଯୁବସଭାପତି ଡାକେ ଲହଜଳ, ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ, ସମାଜ ସେବୀ ରିନା ଭୋଇ, ଜୁନାଗଡ଼ ନିର୍ବାଚନମଣ୍ଡଳୀ ସଭାପତି ଅନୀଲ କୁମାର ମଲ୍ଲିକ, ଲମ୍ବୋଧର ଜାଲ, ଜିଲ୍ଲା ସମ୍ପାଦକସନ୍ତୋଷ କୁମାର ପାଢୀ ପ୍ରମୁଖ ବହୁ ସଂଖ୍ୟକରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ତିନି ଘଣ୍ଟାରୁ ଉର୍ଦ୍ଧ୍ବ ଧରି ଧାରଣାରେ ବସି ଥିବା ବେଳେ ଦିନ ୧୨ଟା ସମୟର ଉପଜିଲ୍ଲାପାଳ ବେଦ ଭୂଷଣ ଆସି ନିଶ୍ଚିତ ଭାବେ ଦାବିପତ୍ର ଗ୍ରହଣ କରି ପ୍ରତିଶ୍ରୁତି ଦେଇ ଥିବାରୁ ଧାରଣାରୁ ଉଠି ଥିଲେ ବୋଲି ସାଉଲ ମଙ୍ଗରାଜ ପ୍ରକାଶ କରିଛନ୍ତି,ଦେଖିବାକୁ ବାକି ରହିଲା ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମହାକାଳ ପଡ଼ା ବ୍ଲକର ବତିଘର ପଞ୍ଚାୟତରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

masiha

ବିଜେପି ତାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ସକ୍ଷମ ହୋଇଛି – ମନ ମୋହନ ସାମଲ, ରାଜ୍ୟ ସଭାପତି

Sunil Chandra Nayak

ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଶତାଧିକ ସମର୍ଥକ

masiha

Leave a Comment

error: Content is protected !!