ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି-୨୦ ଜନଭାଗିଦାରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା

ଡାବୁଗାଁ,୯/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଚଚରାଗୁଡା କ୍ଲଷ୍ଟର ଅଧୀନ ଚଚରାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଜି-୨୦ ଜନଭାଗିଦାରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସି.ଆର୍.ସି.ସି. ଗୁପ୍ତ ପ୍ରସାଦ ନାଗଙ୍କ ତତ୍ତ୍ଵାବଧାନରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝି, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ରଞ୍ଜୁ ଭତ୍ରା ଏବଂ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ନୀଳକଣ୍ଠ ମାଝି ଉପସ୍ଥିତ ଥିଲେ। ଛାତ୍ରୀ ଛାତ୍ର ମାନେ ଏକ ସଚେତନତା ରାଲି କରି ଗ୍ରାମ ପରିକ୍ରମା କରିଥିଲେ ଏବଂ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତାରେ ଭାଗ ନେଇଥିଲେ | ଅତିଥିମାନେ ଛାତ୍ରୀଛାତ୍ର ଓ ଅଭିଭାବକ ମାନଙ୍କୁ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଆସିବା ଓ ଶତ ପ୍ରତିଶତ ଉପସ୍ଥାପନ ଦେବା ସହ ଏଫଏଲଏନ ପ୍ରୋଗ୍ରାମ ବାବଦରେ ଅବଗତ କରାଇଥିଲେ । ଏଥିରେ ଶିକ୍ଷୟତ୍ରୀ ପାର୍ବତୀ ଦାଉ, ଶିକ୍ଷକ ନରେନ୍ଦ୍ର ନାୟକ, ବିଦ୍ୟା ମାଝି, ସପନ ମାଝି ଏବଂ କ୍ଳଷ୍ଟର ର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ | ପରିଶେଷରେ ଅଭିଭାବକ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଏକ ଶପଥ ପାଠ କରିଥିଲେ । ସେହିପରି ଜି-୨୦ କାର୍ଯ୍ୟକ୍ରମ ଡାବୁଗାଁ, ମେଦନା, ଜୁନାପାଣି, ଜବାଗୁଡା, ବଡଓଲମା, ବୋରିଗାଁ ଓ ଘୋଡାଖୁଣ୍ଟା କ୍ଳଷ୍ଟର ରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାନବ ସେବା ସମିତି ଦ୍ବାରା ସମ୍ବଦ୍ଧିତ

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ୪ ଲକ୍ଷ ଟଙ୍କା ଆଦାୟ

Sunil Chandra Nayak

ସରକାରୀ ଅନୁଦାନ ଜୀନା ପାଇଁ ସାତ ସପନ

Sunil Chandra Nayak

Leave a Comment

error: Content is protected !!