ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର 

କନ୍ଧମାଳ,10/06.(ମନିସ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଅପେରସନ ନୀଳ ଜହର ଜୋର ଧରିଛି। କନ୍ଧମାଳ ପୁଲିସ ବିଭିନ୍ନ ସ୍ଥାନରେ ଛାପା ମାରି ବହୁ ପରିମାଣରେ ଗଞ୍ଜେଇ ଜବତ କରୁଥିବାବେଳେ କିଛି କିଛି ସ୍ଥାନରେ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଗୋଛାପଡା ପୁଲିସ ହାତରେ ଲାଗିଛି ଆଉ ଏକ ସଫଳତା। ଗୋଛାପଡା ଥାନା ଅନ୍ତର୍ଗତ ବିଲୁରୀ ଗାଁର ସ୍ବର୍ଗତ କାଟଲା କହଁରଙ୍କ ପୁଅ ତୁମ୍ବେଶ୍ୱର କହଁରଙ୍କ ଘରୁ ୨୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାକୁ ନେଇ ଗୋଛାପଡା ଥାନାରେ କେସ ନଂ ୭୪/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ତୁମ୍ବେଶ୍ୱର କହଁର କୌଣସି ଉପାୟରେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ବଡ଼ଭାଇ ହାତରେ ସାନଭାଇର ଜୀବନ ଗଲା

masiha

ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଲୁହାପଥର ଉତ୍ତୋଳନ ଓ ଚାଲାଣ ପଣ୍ଡ: ଜେସିବି, ହାଇୱା ସହ ବିପୁଳ ଲୁହାପଥର ଜବତ, ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ; ୩୦ ଲକ୍ଷଟଙ୍କାର ବିଦେଶୀ ମଦ କାରଖାନା ଠାବ,ମଦ ତିଆରି ମେଶିନ ସହ ଜବତ

Sunil Chandra Nayak

Leave a Comment

error: Content is protected !!