ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାଠାରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରୁପ୍ରା, ୧୦/୬ (ମନିସ) : ନର୍ଲା ବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର ତରଫରୁ ଆସନ୍ତା ରଥଯାତ୍ରା ପାଳନ ଅବସରରେ ଆଜି ସନ୍ଧ୍ୟାରେ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଶାନ୍ତି ଶୃଙ୍ଖଳା ମଧ୍ୟରେ କିପରି ପାଳନ କରାଯିବ ଓ ରଥଟଣା ପାଇଁ ସମୟ ନିର୍ଘଣ୍ଟ ବାବଦରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ବିଷ୍ଣୁ ଚରଣ ସେନାପତି, ବରିଷ୍ଠ ସଦସ୍ୟ ଶ୍ରୀ ତ୍ରିନାଥ ସାହୁ, ପୂର୍ବ ସରପଞ୍ଚ ଶ୍ରୀ ଅକୃର ସାହୁ, ଶ୍ରୀ ତେଜରାଜ ସାହୁ (କ) , ଶ୍ରୀ ଜୟଚନ୍ଦ୍ର ଭୋଇ, ଶ୍ରୀ ବିକ୍ରମ ଗୌଡ, ଶ୍ରୀ କିଶୋର ମହାଲିଙ୍ଗ, ଶ୍ରୀ ଭରତ ଚନ୍ଦ୍ର ନାଏକ, ଶ୍ରୀ ଜାନକି ବଲ୍ଲଭ ସାହୁ ଓ ଶ୍ରୀ ଦୟାନିଧି ଗୌଡଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଭିଜିଲାନ୍ସ ସପ୍ତାହ ପାଳିତ 

masiha

ମାନସିକ ବିକାରଗସ୍ତ ଯୁବକର ଗଳିତ ମୃତ ଦେହ କୂଅରୁ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!