ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧା ସମ୍ବର୍ଦ୍ଧନା ସମାରୋହ

ମୟୂରଭଞ୍ଜ-୧୦/୬(ମସିହା) ମୟୁରଭଞ୍ଜ କୁର୍ମୀ କ୍ଷତ୍ରିୟ ସାମାଜିକ, ଶିକ୍ଷା ଓ ସଂସ୍କୃତିକ ପରିଷଦ ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ କୁଡୁମୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ସ୍ତମ୍ଭକାର ଲଳିତ ମହାନ୍ତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ଅନଶନ ମହାନ୍ତ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଉପଦେଷ୍ଟା ରାଜେନ୍ଦ୍ରନାଥ ମହାନ୍ତ ଯୋଗଦେଇ କୃତୀ ପ୍ରତିଭା ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପ ସଭାପତି ବିକାଶ ଚନ୍ଦ୍ର ମହାନ୍ତ, ଶିକ୍ଷାବିତ ସୁବ୍ରତ ବେହେରା, ସାମ୍ବାଦିକ ଅକ୍ଷୟ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା କୃତୀ ପ୍ରତିଭା ତନ୍ମୟ କୁମାର ମହାନ୍ତ, ସୁଶ୍ରୀ ଜିଜ୍ଞାସା ଚାନ୍ଦ, ପୁଷ୍ପାଙ୍ଗିନି ପାତ୍ର, ପ୍ରସନ୍ନଜିତ ମହାନ୍ତ, ମାଇଚନା ମାର୍ଣ୍ଡି, ରୋଶନ କୁମାର ମହାନ୍ତ, ସାଜନ କୁମାର ମହାନ୍ତ, ସୌରଭ କୁମାର ମହାନ୍ତ, ରୁଦ୍ରାକ୍ଷୀ ଗିରି, ଲୋପାମୁଦ୍ରା ମହାନ୍ତ, ରଜନୀ ମୁର୍ମୁ, କଲ୍ୟାଣୀ ମହାନ୍ତ,ଶିବାନୀ ମହାନ୍ତ ଓ ସ୍ନାତକ ଅନର୍ସରେ ଶାସ୍ତ୍ରରେ ଟପର ହୋଇଥିବା ଅନୁ ବେହେରାଙ୍କୁ ମାନପତ୍ର, ସ୍ମୃତିଫଳକ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର ସାଧାରଣ ସମ୍ପାଦକ ଦାରା ସିଂ ମହାନ୍ତ ବିବରଣୀ ଉପସ୍ଥାପନ କରିବା ସହ ମେଧା ସମ୍ବର୍ଦ୍ଧନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଅର୍ଥ ସଂପାଦକ ମକ୍ରୁଲାଲମହାନ୍ତ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମେଧାବୀ ଛାତ୍ରଛାତ୍ରୀଙ୍କର ମାତା, ପିତା, ଅଭିଭାବକ ସମେତ ସ୍ଥାନୀୟ ବଭୂ9ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Sunil Chandra Nayak

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

Sunil Chandra Nayak

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳ ରେ ଶୋକର ଛାୟା 

Sunil Chandra Nayak

Leave a Comment

error: Content is protected !!