ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ରାଜପଥରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପଥଚାରୀ

ପାପଡାହାଣ୍ଡି 10/6, ମନିସ — – ନବରଙ୍ଗପୁର ରୁ କଳାହାଣ୍ଡି କୁ ଯାଉଥିବା 26 ନଂ ଜାତୀୟ ରାଜପଥ ର ଦଳେଇଗୁଡା ନିକଟରେ ରାତ୍ର 9.30 ମିନିଟ ସମୟରେ ଏକ ବର ଗଛ ପଡି ଜାତୀୟ ରାଜପଥ 26 ଅବରୋଧ ହୋଇଥିଲା | ଏହି ସମୟରେ ପାପଡାହାଣ୍ଡି ବ୍ଲକ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ବିକାଶ ରାଓ ମୈଦଳପୁର ନିଜ ଘର ପାପଡାହାଣ୍ଡି କୁ ଫେରୁଥଲେ , ସେ ଏହା ଦେଖି 112 ନଂ ଏବଂ ପାପଡାହାଣ୍ଡି ଥାନାଧିକାରୀ ଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ | ଖବର ପାଈ ପାପଡାହାଣ୍ଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବରଗଛ ଡାଳକୁ ତୁରନ୍ତ ରାସ୍ତା ରୁ ହଟାଇବା ରେ ଲାଗିପଡ଼ିଥିଲେ | ପ୍ରାୟ ଅଧଘଣ୍ଟା ମଧ୍ୟରେ ଜାତୀୟ ରାଜପଥ ରୁ ଡାଳ କୁ ହଟାଇ ଥିଲେ | ଘଟଣା ସ୍ଥଳରେ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଏବଂ ପାପଡାହାଣ୍ଡି ଏସ ଡି ପି ଓ ଆଦିତ୍ୟ କୁମାର ସେନ ଏବଂ ପାପଡାହାଣ୍ଡି ଏସଆଇ ଶିବଜି ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

masiha

ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ 

masiha

କବି ଡ. ଭରତ ଚନ୍ଦ୍ର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ମିଳିଲା ” ବାଣୀମଞ୍ଜୁଳ ” ଉପାଧି

masiha

Leave a Comment

error: Content is protected !!