ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ରାଜପଥରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପଥଚାରୀ

ପାପଡାହାଣ୍ଡି 10/6, ମନିସ — – ନବରଙ୍ଗପୁର ରୁ କଳାହାଣ୍ଡି କୁ ଯାଉଥିବା 26 ନଂ ଜାତୀୟ ରାଜପଥ ର ଦଳେଇଗୁଡା ନିକଟରେ ରାତ୍ର 9.30 ମିନିଟ ସମୟରେ ଏକ ବର ଗଛ ପଡି ଜାତୀୟ ରାଜପଥ 26 ଅବରୋଧ ହୋଇଥିଲା | ଏହି ସମୟରେ ପାପଡାହାଣ୍ଡି ବ୍ଲକ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ବିକାଶ ରାଓ ମୈଦଳପୁର ନିଜ ଘର ପାପଡାହାଣ୍ଡି କୁ ଫେରୁଥଲେ , ସେ ଏହା ଦେଖି 112 ନଂ ଏବଂ ପାପଡାହାଣ୍ଡି ଥାନାଧିକାରୀ ଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ | ଖବର ପାଈ ପାପଡାହାଣ୍ଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବରଗଛ ଡାଳକୁ ତୁରନ୍ତ ରାସ୍ତା ରୁ ହଟାଇବା ରେ ଲାଗିପଡ଼ିଥିଲେ | ପ୍ରାୟ ଅଧଘଣ୍ଟା ମଧ୍ୟରେ ଜାତୀୟ ରାଜପଥ ରୁ ଡାଳ କୁ ହଟାଇ ଥିଲେ | ଘଟଣା ସ୍ଥଳରେ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଏବଂ ପାପଡାହାଣ୍ଡି ଏସ ଡି ପି ଓ ଆଦିତ୍ୟ କୁମାର ସେନ ଏବଂ ପାପଡାହାଣ୍ଡି ଏସଆଇ ଶିବଜି ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା

masiha

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!