ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ର ଦ୍ୱାରସ୍ଥ ପରେ ହଂସପଡା ଗ୍ରାମରେ ଦୁର ହେଲା ପାନୀୟ ଜଳ ସମସ୍ୟା

କୋକସରା,୧୦/୬- ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ପରେ ଟେମରା ପଞ୍ଚାୟତ ହଂସପଡା ଗ୍ରାମକୁ ୨ ଗୋଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କଲେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗାଁରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବା ବେଳେ ଗତ ବୁଧବାର ଦିନ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ କୋକସରା ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗ ଓ ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗଙ୍କୁ ଅଭିଯୋଗ କରିଥିଲେ। ଏନେଇ ବିଧାୟକ ମୋୖଷଧି ବାଗ ବ୍ଲକ ପ୍ରଶାସନକୁ ତ୍ୱରିତ ଜଳ ଯୋଗାଣ ପାଇଁ ନିର୍ଦେଶ ଦେଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଇ ଜଳକଷ୍ଟ ଦୁର କରିବା ପାଇଁ ଶନିବାର ଠାରୁ ୨ ଗୋଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଆରମ୍ଭ କରିଛନ୍ତି ଓ ହଂସପଡାକୁ ପାନୀୟ ଜଳ ଯୋଗାଣ ପାଇଁ ଗଭୀର ନଳକୂପ ଖନନ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା କିଛିଦିନ ମଧ୍ୟରେ ହଂସପଡା ଗାଁ କୁ ପାଇପ ଲାଇନ ସଂଯୋଗ କରି ପାନୀୟ ଜଳ ଯୋଗାଣ କରାଯିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଶାସନର ତ୍ୱରିତ ପଦକ୍ଷେପ ନେଇ ଜଳକଷ୍ଟ ଦୁର କରି ପାନୀୟ ଜଳ ଯୋଗାଣ କରିବା ଫଳରେ ହଂସପଡା ଗ୍ରାମବାସୀ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସଂସ୍କୃତ ମହାବିଦ୍ୟାଳୟରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

masiha

ଉଦଘାଟିତ ହେଲା କଳାକାର ଗୃହ

masiha

ଜୁନାଗଡ଼ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!