ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଲାର ପମ୍ପ ପାଣି ଟାଙ୍କି ଫାଟିଲା ! ଅଳ୍ପକେ ବର୍ତିଲା ବାଳକ କ୍ରୀଷ୍ଣ ମାଝୀ

ଗୋଳାମୁଣ୍ଡା/୧୧/୬/ମସିହା,// କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ଘୋଟିଆ ଗ୍ରାମର ଦରଲୀପଡା ଠାରେ ଥିବା ସୋଲାର ପମ୍ପ ପାଣି ଟାଙ୍କି ଫାଟି ଯାଇଥିବା ଅଭିଯୋଗ ହୋଇଛି । ପଡାର କ୍ରିଷ୍ଣା ମାଝୀ (୧୧) ପିତା ଚଣ୍ଡି ପ୍ରସାଦ ମାଝୀ, ପାଣି ପିଇବାକୁ ଯାଇଥିବା ବେଳେ ହଠାତ ପାଣି ଟାଙ୍କି ଫାଟି ଯାଇଥିଲା,ହେଲେ ପିଲାଟିର ମୁଣ୍ଡ ଓ ମୁହଁରେ କ୍ଷତ ହୋଇଥିବା ବେଳେ ତାଙ୍କୁ ଧର୍ମଗଡ଼ ମେଡ଼ିକାଲ କୁ ଚିକିତ୍ସା ପାଇଁ ନିଆଯାଇଛି, କିନ୍ତୁ ସୋଲାର ପମ୍ପ ବିପଦ ମୁକ୍ତଥିବା କୁହାଯାଉଛି । ପାଣି ଟାଙ୍କି ଫାଟିବା ଦ୍ୱାରା ପାଖରେ ଥିବା ଘର ମାଲିକ ବେଣୁଧର ମାଝୀଙ୍କ ଘରର ଆଜବେଷ୍ଟର ଭାଙ୍ଗି ଘରେ ଥିବା ୬ବସ୍ତା ଧାନ ଭିଜି ଯାଇ ନଷ୍ଟ ହୋଇଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି । ଏହି ପାଣି ଟାଙ୍କିଟି ଗତ ଦୁଇ ମାସ ତଳେ ଜିଲ୍ଲା ପରିଷଦ ଫାଣ୍ଠି ଜରିଆରେ ନିର୍ମାଣ ହୋଇଥିଲା ହେଲେ ଏତେ ସ୍ୱଳ୍ପ ବ୍ୟବଧାନ ଭିତରେ କାହିଁକି ଫାଟିଲା ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପାଣି ଟାଙ୍କି ଫାଟିବା କାରଣ ପଛରେ ନିମ୍ନମାନର ପ୍ଲାଷ୍ଟିକ ପାଣି ଟାଙ୍କି ଦେଇଥିବାରୁ ଭାଙ୍ଗି ଯାଇଛି ବୋଲି ଗ୍ରାମର ବୈକୁଣ୍ଠ ମାଝୀ, ସୀତାକାନ୍ତ ମାଝୀ,ଚୁଡ଼ାଦେବ ମାଝୀ, ପୁରୁଷୋତ୍ତମ ମାଝୀ, ହିମାଂଶୁ ମାଝୀ, କରୁଣାକାର ମାଝୀ, ଓ ଡମ୍ବରୁ ମାଝୀ ପ୍ରମୁଖ ଅଭିଯୋଗ ଆଣିଛନ୍ତି । ଏପଟେ ପାଣି ଟାଙ୍କି ଫାଟିବାରୁ ପାଣି ସମସ୍ୟା ଦେଖାଦେଇଛି । ପାନୀୟ ଜଳଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେଇ ନୂତନ ପାଣି ଟାଙ୍କି ବସାଇବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କୃଷିର ବିକାଶ ପାଇଁ ଜିନ୍ଦଲ ପକ୍ଷରୁ କଷ୍ଟମ ହାୟରିଂ ସେଣ୍ଟର ଉଦଘାଟିତ -ସିଆଳିଯୋଡ଼ା କୃଷକ କ୍ଲବକୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦାନ

masiha

ରାଉରକେଲା ଶ୍ରମିକ ସଂଘ ପ୍ରତିନିଧିମଣ୍ଡଳୀଙ୍କ ସେଲ୍ ଅଧ୍ୟକ୍ଷ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର

Sunil Chandra Nayak

କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!