ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଙ୍ଗନବାଡ଼ି ରେ ମିଳୁଥିବା କୁତ୍ରିମ ପ୍ଲାଷ୍ଟିକ ଅଣ୍ଡା ନେଇ ଅଭିଯୋଗ 

 ମୟୂରଭଞ୍ଜ -୧୧/୦୬ (ମସିହା) ସରକାର ଶିଶୁ ଗର୍ଭବତୀ ମହିଳା ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ଚିନ୍ତାକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅର୍ଥଲୋଭି ଟଙ୍କା ଲୋଭରେ ଅପମିଶ୍ରଣ କରି ମହିଳା ଓ ନିରିହ କୋମଳମତି ଶିଶୁ ମାନଙ୍କ ଜୀବନ ସହିତ ଖେଳୁଛନ୍ତି ।ଏପରି ଏକ ଜଳନ୍ତ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ ଅଧୀନ ସାତଶଳ ଅଙ୍ଗନବାଡ଼ି କେନ୍ଦ୍ରରେ। ଘଟଣାରୁ ଯାହା ଜଣାପଡିଛି ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଥିବା ଅଣ୍ଡା ପ୍ଲାଷ୍ଟିକ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଣ୍ଡା ଗୁଡିକୁ ପାଣିରେ ସମ୍ପୁର୍ଣ୍ଣ ଭାବରେ ଭାସୁଥିବା ସହିତ ସିଝା ଅଣ୍ଡା ଗୁଡିକ ସମ୍ପୁର୍ଣ୍ଣ ରବର ଭଳିଆ ଟାଣ ହୋଇଥିବା ଦେଖିବାକୁ ମିଳିଅଛି। ଏନେଇ ଅଙ୍ଗନବାଡ଼ି ଦିଦିଙ୍କୁ ପଚାରିବାରୁ ସେ ଦିର୍ଘ ଦିନରୁ ବିଶୋଇ ଅଞ୍ଚଳର ବନମାଳୀ ଗିରିଙ୍କ ଦୁକାନ ରୁ ଆଣି ଥିବା କହିଛନ୍ତ। ହେଲେ ଦୁକାନି ଜଣକ କେଉଁଠାରୁ ଆଣି ଏହିପରି ଅଣ୍ଡା ଲୁହାକାନି ପଞ୍ଚାୟତ ସାରା ଅଙ୍ଗନବାଡ଼ି ମାନଙ୍କୁ ଦେଉଛନ୍ତି ଘଟଣା ତଦନ୍ତ ସାପେକ୍ଷ୍ୟ ହୋଇଅଛି। ଅପରପକ୍ଷରେ ଏହି ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାର ଉଚିତ ତଦନ୍ତ କରିବା ସହିତ ଅପରାଧୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମ ବାସି ଦାବି କରିଛନ୍ତି।

     ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ୍ ଦ୍ବାରା ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ଚୋରି ପଦାର୍ଥ ଉଦ୍ଧାର

Sunil Chandra Nayak

ଜାଲ ନୋଟ କାରବାରରେ ୩ ଗିରଫ କୋର୍ଟ ଚଲାଣ

masiha

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ଗିରଫ ସହ ୯ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!