ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆମ୍ବତୋଟା ରେ ଜମୁଛି ପିଲାଙ୍କ ଭିଡ଼

ଡାବୁଗାଁ, ୧୨/୬ (ମ.ନି.ସ.)- ବର୍ତ୍ତମାନ ଜୁନ ମାସ ଅଧା ହେଲାଣି କିନ୍ତୁ କମୁନି ତାତି | ଏହି ଗ୍ରୀଷ୍ମ ସମୟରେ ପିଲା ମାନଙ୍କ ର ବିଦ୍ୟାଳୟ ମଧ୍ୟ ଛୁଟି ରହୁଛି | ଏହି ଗ୍ରୀଷ୍ମ ସମୟରେ ସହର ର ପିଲାମାନେ ନିଜ ନିଜ ଘରେ ଏସି ରୁମ ରେ ରହୁଥିବା ବେଳେ ଗ୍ରାମାଞ୍ଚଳର ପିଲାମାନେ ଗ୍ରାମରେ ଥିବା ଅମ୍ବତୋଟା ରେ ରହି ଖେଳୁଥିବା ଦେଖିବାକୁ ମିଳୁଛି | ଏହାସହ ଅମ୍ବତୋଟାର ଆମ୍ବ ଗଛରୁ ପାଚିଲା ଆମ୍ବ ଖାଇବା ସହ ବିଭିନ୍ନ ଖେଳ ଖେଳି ସମୟ ବିତାଉଛନ୍ତି | ଏହା ସହ ଋତୁ କାଳୀନ ଏହି ଫଳ ପ୍ରତି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଆଗ୍ରହ ରହିଛି | ସହରାଞ୍ଚଳ ରେ ଲୋକେ ବଜାର ରୁ କିଣି ଖାଉଥିବା ବେଳେ ଗ୍ରାମାଞ୍ଚଳ ର କଥା ଅଲଗା | ଗ୍ରାମ ମାନଙ୍କରେ ଥିବା ଆମ୍ବତୋଟା ମାନଙ୍କ ରେ ଏବେ ପିଲା ମାନଙ୍କ ଭିଡ଼ | ଅପେକ୍ଷା ଥାଏ କେତେବେଳେ ପାଚିଲା ଆମ୍ବଟେ ଝଡି ପଡିବ |ଆମ୍ବ ପଡ଼ୁ ପଡ଼ୁ ଧାଇଁ ପଡୁଛନ୍ତି ପିଲାମାନେ |ନବରଙ୍ଗପୁର ଜିଲାର ଡାବୁଗାଁ ଅଂଚଳରେ ଏଭଳି ବହୁ ପୁରୁଣା ଦେଶୀ ଓ କଲମୀ ଆମ୍ବତୋଟା ସବୁ ରହିଛି |ଏବେ ଆମ୍ବ ଖାଇବାକୁ ଆମ୍ବତୋଟା ମାନଙ୍କ ରେ ପିଲାମାନଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳୁଛି |ହାତରେ ମୋଟା ବାଡ଼ି ଓ ଟେକାପଥର ଫିଙ୍ଗି ଆମ୍ବ ତୋଳୁଛନ୍ତି |ତାତି ବଢିବା ସହ ପବନ ରେ ପାଚିଲା ଆମ୍ବ ସବୁ ଝଡି ପଡୁଛି |ଝଡି ପଡୁଥିବା ଆମ୍ବ ଗୋଟାଇ ପିଲାମାନେ ଖୁସିରେ ଖାଉଛନ୍ତି | ଘରୁ ବାହାରି ଆମ୍ବତୋଟା ମାନଙ୍କ ରେ ଆସର ଜମାଉଛନ୍ତି ପିଲାମାନେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ତାଲିମ 

Sunil Chandra Nayak

ଜିଲ୍ଲାପାଳଙ୍କ ମେଡିକାଲ କାମ ପରିଦର୍ଶନ

Sunil Chandra Nayak

ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!