ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର, ତା ୧୨/୦୬/୨୩(ମ ନି ସ):- ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର, ସଂରକ୍ଷଣ, ପ୍ରଚାର ପ୍ରସାର ଏବଂ କଳାକାର ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଥମେ ୨୦୧୧ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ରେ ଜିଲ୍ଲା, ବ୍ଲକ ଓ ନଗର କଳା ସଂସ୍କୃତି ସଂଘ ଗଠନ କରାଯାଇଥିଲା ଏବଂ ୨୦୧୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜୁନ ୧୪ ତାରିଖକୁ ‘ ଲୋକକଳା ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଚଳିତ ବର୍ଷ ଏହାକୁ ବ୍ଲକ ସ୍ତର, ଜିଲ୍ଲା ସ୍ତର, ନଗର ସ୍ତର ଏବଂ ରାଜ୍ୟ ସ୍ତରରେ ପାଳନ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ର ସଭା ଗୃହ ଠାରେ ବ୍ଲକ କଳା ସଂସ୍କୃତି ସଂଘ ସଭାପତି ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଗୋଷ୍ଟି ଉନ୍ନୟନ ଶ୍ରୀଯୁକ୍ତ ଅଧିକାରୀ ସୁନିଲ୍ ଖରା ଙ୍କ ସହ ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ଶ୍ରୀ ସନ୍ତୋଷ କୁମାର ବଛା, ସହକାରୀ ଯନ୍ତ୍ରୀ ଶ୍ରୀ ସବ୍ୟସାଚୀ ନାୟକ ଓ ସିଡିପିଓ ଶ୍ରୀମତୀ ମମତା ଦାସ୍ ମଞ୍ଚାସିନ ରହିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଦିନ ସବୁ ପଞ୍ଚାୟତ ସ୍ତରରେ ବକୃତା ସଙ୍ଗୀତ ଓ ପାରମ୍ପାରିକ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାପରେ ବୁଧବାର ୧୪ ତାରିଖରେ କଲ୍ୟାଣସିଂହପୁର ସ୍ଥିତ ଶିବ ମନ୍ଦିର ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ହେବାପରେ ନାରାୟଣପୁର ପଞ୍ଚାୟତ ସ୍ଥିତ କଲ୍ୟାଣମଣ୍ଡପ ଠାରେ ସଭା, ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କେମିତି ସୁଚାରୁ ରୂପେ କରାଯାଇପାରିବ ଏହି ବାବଦରେ ବିଶେଷ ଆଲୋଚନା ହୋଇଥିଲା। ବ୍ଲକ ଉପ ସଭାପତି ଶ୍ରୀ ବଛା ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବା ପାଇଁ ସମସ୍ତଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହି ସମୟରେ ଜନ ପ୍ରତିନିଧି ଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ , କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକକୁ ବିପିଏମ୍ ଶ୍ରୀ କଳ୍ପତରୁ ବେହେରା ପରିଚାଳନା କରିବା ସହ ସଭା ସଙ୍ଗ କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗଟାଙ୍ଗି ଆଶ୍ରମ ବିଦ୍ୟାଳୟ ରେ ପିତାମାତା ସହାଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ହନେରାରୀ ଡକ୍ଟରେଟ ଆୱାର୍ଡ-୨୦୨୫ ରେ ସମ୍ମାନୀତ ହେଲେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର:ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବିତ 

masiha

ଗୌଡଗୁଡ଼ା ଗ୍ରାମ ରେ ରାସ୍ତା ବଦଳେ ହାମ୍ସ୍ ସାଜିଛି ଯାତ୍ରୀ ଙ୍କ ଯମ

masiha

Leave a Comment

error: Content is protected !!