ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା ତା୧୨.୦୬.୨୦୨୩ // ଆଜି ଜୟପାଟଣା ବ୍ଲକ ସ୍ଥିତ ପଂଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ, ଧର୍ମଗଡ ଶ୍ରୀ ବେଦ ଭୂଷଣ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୧୧୨ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୯ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜୟପାଟଣା ବ୍ଲକର ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ଓ କେତକୀ ସାହୁ , ବଡପୂଜାରିଗୁଡ଼ା ନିବାସୀ ଦେବକୀ ନାଏକ ଙ୍କୁ ପ୍ରତ୍ୟେକ ୫୦୦୦ ଟଙ୍କା ଏବଂ ମଙ୍ଗଳପୁର ର କେଶବ ରାଉତ ଙ୍କୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରଯାଇଥିଲା।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ 

Sunil Chandra Nayak

ଲକ୍ଷପତି ଦିଦିଙ୍କୁ ରାଜନଗର ବ୍ଲକ ଜୀବିକା ମିଶନ ପକ୍ଷରୁ ମାନପତ୍ର ପ୍ରଦାନ

masiha

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

masiha

Leave a Comment

error: Content is protected !!