ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜର୍ମାନୀରେ ଆରମ୍ଭ ହେଇଥିବା ଆର୍ନ୍ତଜାତୀୟ ଧାତବ ବାଣିଜ୍ୟ ମେଳା ରେ କଳାହାଣ୍ଡି ର ଯୁବଦ୍ୟୋଗୀ ବିଭୁ ପ୍ରସାଦ

ମ,ରାମପୁର,୧୩/୬(ମସୀହା): ଜର୍ମାନୀ ର ଡୁସେଲଡ଼ର୍ଫ ଠାରେ ଆରମ୍ଭ ହେଇଥିବା ଦ ବ୍ରାଇଟ୍ ୱାର୍ଡ଼ ଅଫ୍ ମେଟାଲ ଶୀର୍ଷକ ସମ୍ମିଳନୀ ( ଆନ୍ତର୍ଜାତୀୟ ଧାତବ ବାଣିଜ୍ୟ ମେଳା) ବିଶ୍ଵ ର ଅଗ୍ରଣୀ ବାଣିଜ୍ୟ ମେଳା ରେ ଓଡ଼ିଶାର ଯୁବଦ୍ୟୋଗୀ ଯୋଗ ଦେଇ ଛନ୍ତି । ନିଜର ସ୍ୱତନ୍ତ୍ର ଜ୍ଞାନ କୌଶଳ ପ୍ରୟୋଗ କରି ଧାନ ମିଲରୁ ବାହାରୁଥିବା ପାଉଁଶ କୁ ସେ ଉପଯୋଗ କରି ଏକ ଗୁଳା ପ୍ରସ୍ତୁତ କରି ବିଦେଶକୁ ରପ୍ତାନୀ କରିବାରେ ସଫଳ ହେଇଥିବା ମ.ରାମପୁର ନିବାସୀ ଯୁବ ଉଦ୍ୟୋଗୀ ବିଭୂପ୍ରସାଦ ସାହୁ ଜର୍ମାନୀ ଯାଇ ସୋମବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜଣା ଯାଇଛି। ବିଶ୍ୱର ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ପ୍ରଦର୍ଶକ ସେମାନଙ୍କ ଉତ୍ପାଦ ଓ ସମାଧାନ ବିଷୟ ରେ ଉପସ୍ଥାପନ କରିବେ । ଏହି ମେଳା ରେ ଇସ୍ପାତ ଉତ୍ପାଦନ, ଧାତୁ ର ପୁନଃ ବ୍ୟବହାର, ସାମଗ୍ରୀ ପରୀକ୍ଷା ଓ ବିଶ୍ଲେଷଣ , ଶକ୍ତି ଦକ୍ଷତା ଏବଂ ପରିବେଶ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ଆଲୋଚନା ର ମୁଖ୍ୟ ବିଷୟ ବସ୍ତୁ ରହିଛି । ଶିଳ୍ପ ର ଅତ୍ୟାଧୁନିକ ବିକାଶ ବିଷୟ ରେ ଧାତବ ବିଦ୍ୟା ବ୍ୟବସାୟୀ ମାନଙ୍କ ପାଇଁ ଏକ ନିଆରା ସୁଯୋଗ ମିଳିବ । ଧାତବ ଶିଳ୍ପ ରେ ଅତ୍ୟାଧୁନିକ ଉଦ୍ଭାବନ ଓ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ଓ ଉପସ୍ଥାପନ ପାଇଁ ଏହି ମେଳା ଏକ ଗୁରୁତ୍ବ ପୂର୍ଣ୍ଣ ପ୍ଲାଟ୍ ଫର୍ମ ବ୍ୟବସାୟୀ ମାନଙ୍କୁ ପ୍ରଦାନ କରେ ।କମ୍ପାନୀ ଓ ଉଦ୍ୟୋଗୀମାନଙ୍କ ସହିତ ଏହି ମେଳା ରେ ନିଜର ବ୍ୟବସାୟିକ ସଫଳତା ସହିତ ଏହି ଉଦ୍ୟୋଗର ଉପଯୋଗ ସଂପର୍କରେ ଆଲୋଚନା ରଖିବେ ଏବଂ ଅନ୍ୟ ଉଦ୍ୟୋଗୀମାନଙ୍କ ଠାରୁ ଜ୍ଞାନକୌଶଳ ଆହରଣ କରିବେ ବୋଲି ଜଣାଯାଇଛି । ପ୍ରତ୍ୟେକ ଚାରି ବର୍ଷରେ ଥରେ ହେଉଥିବା ଏହି ମେଳାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀ ସାହୁ ଯୋଗ ଦେଇ ଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜୁନାଗଡ଼ରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନେଇ ଉତ୍ସବ ମୁଖର ସହର

Sunil Chandra Nayak

ଦକ୍ଷିଣ ପୂର୍ବ ରେଳବାଇ ଏ ଡି ଆର ଏମ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

Leave a Comment

error: Content is protected !!