ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା ଅଭିଯାନ ବୈଠକ

ଶିଶୁ ଶ୍ରମକୁ ଶେଷ କରିବା ପାଇଁ ସମସ୍ତଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା କୁ ସୁଦୃଢ କରାଗଲେ ଶିଶୁ ଶ୍ରମିକ ବ୍ୟବସ୍ଥା ର ନିରାକରଣ କରାଯାଇପାରିବ…..

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଏଡ଼ ଏଟ ଏକ୍ସନ ଓ ୟୁନିସେଫ ଦ୍ୱାରା ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଧର୍ମଗଡ ବିଜ୍ଞାପିତ ଅଂଚଳ ରେ ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି | ପ୍ରଥମେ ଆଦ୍ବିକା କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶା କର୍ମୀ ତଥା ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବ୍ଲକ ଅଫିସ ରୁ ଡାକ୍ତରଖାନା ଛକ ଯାଏ ଆୟୋଜିତ ହୋଇଥିଲା।

ବ୍ଲକ ସଭାଗୃହ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା | ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ ମନୀଷା ମିଶ୍ର, ସମସ୍ତ କାଉନସିଲର,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସଂପାଦକ ଅରୁଣ କୁମାର ତାୟଲ, ଆଇସିଡ଼ିଏସ ସୁପରଭାଇଜର ପୁଷ୍ପଲତା ଦାସ ସମେତ ଆଦ୍ବିକା କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶା କର୍ମୀ ତଥା ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀ ଯୋଗ ଦେଇଥିଲେ |

ଏଥିରେ ଏଡ଼ଏଟଏକ୍ସନ ର ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟ ରଞ୍ଜନ ଯୋଶୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ | ସମସ୍ତ ପ୍ରତିଭାଗୀ ଧର୍ମଗଡ଼ ସହର କୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ ଓ ନିମ୍ନୋକ୍ତ ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ଆଲୋଚନା ହୋଇଥଲା।

ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଉ ଏକ ବୈଠକ ଆୟୋଜିତ ହେବ ଯେଉଁଥିରେ ଧର୍ମଗଡ଼ ରେ ଶିଶୁ ଶ୍ରମିକ ସମ୍ପୂର୍ଣ ନିରାକରଣ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ପରାମର୍ଶ ଅନୁସାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାର ଅନୁମୋଦନ କରାଯିବ,ବର୍ଷ ସାରା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ସହର ର ବିଭିନ୍ନ ସ୍ଥାନରେ କାନ୍ଥରେ ସଚେତନତା ବାର୍ତା ଲେଖାଯିବା, ବ୍ୟବସାୟ ପ୍ରତିଷ୍ଠାନ ମାନେ ନିଜେ ଶିଶୁ ଶ୍ରମିକ ନିଯୁକ୍ତି କରୁ ନଥିବା ଘୋଷଣା କରି ବୋର୍ଡ ଲଗେଇବେ, ପୋଲିସ ଓ ଏନଏସି ଅଧିକାରୀ ବିଭିନ୍ନ ସମୟରେ ଙ୍କ ମିଳିତ ତଦାରଖ କରାଯାଇ ଶିଶୁଶ୍ରମିକ ନିଯୁକ୍ତ କରିଥିବା ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲାରେ ପ୍ରଶାସନ, ଏଡ଼ ଏଟ ଏକ୍ସନ ଓ ୟୁନିସେଫ ଦ୍ୱାରା ପାଞ୍ଚଟି ପ୍ରମୁଖ ସହର ଓ ବ୍ଲକ ସ୍ତରରେ ସମସ୍ତ ଦାୟିତ୍ୱ ଗୋଷ୍ଠୀ ଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି | 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

ତିନି ଦଫା ଦାବୀରେ ସମୂହ ଛୁଟିରେ ଗଲେ ଧର୍ମଗଡର ସମସ୍ତ ପ୍ରାଥମିକ ଶିକ୍ଷକ , ୧୬୩ ସ୍କୁଲ ରେ ପଡ଼ିଲା ତାଲା..

masiha

ଜିଲ୍ଲାସ୍ତରୀୟ ଖରିଫ ୨୦୨୫ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!