ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସ୍ଥାନ ନିରୂପଣ ପାଇଁ ଗ୍ରାମସଭା ଜରିଆରେ ବୈଠକ, ଯୋଗଦେଲେ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସଚେତନ ନାଗରିକ

କୋକସରା,୧୨/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମାର ନୂତନ ବସଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ ପ୍ରକଳ୍ପର କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ ସମ୍ପର୍କିତ ଏକ ଗ୍ରାମସଭା ସୋମବାର କୋକସରା ସଦର ମହକୁମାର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମସଭାରେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଆର ଆଇ ଝାନ୍ସି ରାଣି ଦିଶାରୀ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ହେମନ୍ତ ମାଝୀ, ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ, କୃଷକ ନେତା ଶିବ ପ୍ରସାଦ ପ୍ରଧାନୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ ସମେତ କୋକସରା ଗ୍ରାମର ଯୁବକ ଗୋଷ୍ଠୀ, ସଚେତନ ନାଗରିକ ବୁଦ୍ଧିଜୀବୀ, ମହିଳା ମାନେ ଉପସ୍ଥିତ ରହି କୋକସରା ନୂତନ ବସଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ ପାଇଁ ଜାଗା ନିରୂପଣ ଉପରେ ନିଜର ମତାମତ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ସର୍ଵ ସମ୍ମତ୍ତି କ୍ରମେ ନିରୂପଣ ସ୍ଥାନରେ ବସଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କୋକସରା ପଞ୍ଚାୟତ ଅଧୀନରେ ଥିବା ଜାତୀୟ ରାଜପଥ ୨୬ ପାର୍ଶ୍ଵରେ ଥିବା ପୁରୁଣା ବଜାର ପଡ଼ିଆରେ ନୂତନ ବସଷ୍ଟାଣ୍ଡ ଓ ପୂର୍ବରୁ ମାଝୀଗୁଡା ଛକ ନିକଟରେ ରହିଥିବା ଶ୍ମଶାନକୁ ହିଁ ମୋଡେଲ ଶ୍ମଶାନ କରିବାକୁ ସମସ୍ତେ ପ୍ରସ୍ତାବ ଦେଇଥିଲେ। ଗ୍ରାମସଭାରେ ପାରିତ ହୋଇଥିବା ପ୍ରସ୍ତାବ ଅନୁସାରେ ବୈଠକରେ ଏକ କମିଟିର ଗଠନ କରାଯାଇ ଆଗକୁ ଉନ୍ନୟନ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି। ଗ୍ରାମସଭାରେ ପୁର୍ବତନ ସମିତି ସଭ୍ୟ ତ୍ରିଭୁବନ ନାଏକ, ଶ୍ରୀନିବାସ ପ୍ରଧାନୀ , ମହେଶ କୁମାର ଗୁପ୍ତା, ଅଜିତ କୁମାର ପଟ୍ଟନାୟକ, ଜିତେନ୍ଦ୍ର ପ୍ରଧାନୀ, ଅଇରୀ ନାସନ ଚିନ୍ଦା, ମହେନ୍ଦ୍ର ନେଗି, ପ୍ରମୋଦ ପ୍ରଧାନୀ, ବିଶ୍ୱନାଥ ପଟ୍ଟନାୟକ, ସନତ କୁମାର ପ୍ରଧାନୀ, ଚନ୍ଦ୍ରଭାନୁ ସୁନା, ଦେବରାଜ ମାଝୀ , ମାନସ ପ୍ରଧାନୀ, ସନ୍ତୋଷ ନାଏକ ସମେତ କୋକସରା ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରେଡିଓ ବସୁଧାର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ -୨୦୨୬ ପାଳିତ 

Sunil Chandra Nayak

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ଭାରତ ସ୍ବାଭିମାନ ଟ୍ରଷ୍ଟ ଓ ଯୁବ ଭାରତ ପକ୍ଷରୁ ବୃକ୍ଷରୋପଣ 

masiha

Leave a Comment

error: Content is protected !!