ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକରେ ମୂଳ ନିବାସୀ ମିଳିତ ମହାସଂଘର ସମ୍ମିଳନୀ

କୋକସରା,୧୨/୦୬// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକେହରା ଠାରେ ରବିବାର ମୁଲ ନିବାସୀ ସଚେତନ ମଞ୍ଚ, କଳାହାଣ୍ଡି ପକ୍ଷରୁ ଓବିସି, ଏସଟି ଓ ଏସ.ସି ମୂଳ ନିବାସୀ ମିଳିତ ମହାସଂଘ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଡମ୍ବରୁଧର ଲହଜଲ, ଦିଗାମ୍ବର ଦୁରିଆ, ଡାକେଶ୍ବର ଲହଜଲ, ଜବାହରଲାଲ ବାଗ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ପ୍ରଧାନୀ ବାଗ, ଭୁବନେଶ୍ୱର ଦୁର୍ଗା, ତେଜରାଜ ଦୁରିଆ, କାର୍ତ୍ତିକ ନାଏକ ପ୍ରମୁଖ ଯୋଗଦେଇ ସମ୍ବିଧାନ ମୁଖବନ୍ଧରେ ଦେଶର ପ୍ରତିଟି ନାଗରିକକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ପାଇଁ ଉଲ୍ଲେଖ ରହିଛି। ହେଲେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶର ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ସମାଜକୁ ନ୍ୟାୟ ମିଳୁନି। ଏଠିକାର ଶ୍ରମିକ ମାନେ ଦାଦନ ଯାଇ ଗାଁ କୁ ଶବ ହୋଇ ଫେରୁଛନ୍ତି, ଶିକ୍ଷା ଚାକିରୀ ଓ ରାଜନୈତିକ କ୍ଷେତ୍ରରେ ଓବିସିଙ୍କୁ ସଂଖ୍ୟା ମୁତାବକ ସଂରକ୍ଷଣ ପ୍ରଦାନ କରିବା କଥା, ହେଲେ ଏସବୁ ଠାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ନିଜର ହକ୍ ଓ ଅଧିକାରକୁ ଛଡେଇ ଆଣିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ସଚେତନ ସଭାରେ ଋଷି ମାଝୀ, ବନସିଂ ଧଙ୍ଗଡାମାଝୀ, କୃଷ୍ଣଚନ୍ଦ୍ର ନାଏକ, କେଶବ ବେଣୁପାଣି, ଚୌଧୁରୀ ନାଏକ, ପରିକ୍ଷିତ ବେଶ୍ରା, ନିରନ ଦିଶାରୀ ବିଡୁ ନାଏକ ପ୍ରମୁଖ ସମେତ କୋକସରା ବ୍ଲକର ବିଭିନ୍ନ ଗ୍ରାମରୁ ଓବିସି, ଏସଟି ଓ ଏସସି ବର୍ଗର ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଗଜିନ୍ଦ୍ର ନାଗ ପରିଚାଳନା କରିଥିବା ବେଳେ କ୍ଷୀରସିନ୍ଧୁ ବୋଡ଼କିଆ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବରିଷ୍ଠ ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅବସର କାଳୀନ ସଭା

Sunil Chandra Nayak

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ

masiha

BPUT Academic Audit Team Visits GIST, Rayagada

masiha

Leave a Comment

error: Content is protected !!