ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହେଶ୍ବର ନାଥଙ୍କୁ ” ଆଦର୍ଶ ଶିକ୍ଷକ ” ସମ୍ମାନ ପ୍ରଦାନ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝର ଗଡ଼ର ଆଚାର୍ଯ୍ୟ ଶ୍ରୀ ମହେଶ୍ବର ନାଥଙ୍କୁ “ଆଦର୍ଶ ଶିକ୍ଷକ” ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦୁଝର ଜିଲ୍ଲା ମା ତାରିଣୀ ପୀଠ ଘଟଗାଁ ସ୍ଥିତ ମା ହୋଟେଲରେ ତା ୧୧.୦୬.୨୦୨୩ ରିଖ ରବିବାର ଦିନ ୧୦ଘଟିକାରେ ଭରସା ପରିବାର ତରଫରୁ ଆୟୋଜିତ ଏକ ସମାରୋହରେ ଶ୍ରୀ ନାଥଙ୍କୁ ସମ୍ମାନିତ କରାଯାଇଛି । ଶ୍ରୀ ନାଥ ପ୍ରଥମେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘଷିପୁରା ଠାରେ ଦୀର୍ଘ ୧୭ବର୍ଷରୁ ଉର୍ଦ୍ଧ୍ବ ଆଚାର୍ଯ୍ୟ ରୂପେ କାର୍ଯ୍ୟ କଲା ଅଧୁନା ୨୦୧୭ମସିହା ଠାରୁ କେନ୍ଦୁଝର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟରତ । 

ଭରସା ପରିବାର ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ମହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଷ୍ଟିଲ୍ ସିଟି ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ , ଦାନଗଦିର ଚେୟରମ୍ୟାନ ଶ୍ରୀଯୁକ୍ତ ପ୍ରତାପ କୁମାର ରାୟ ଓ ସମ୍ମାନିତ ଅତିଥି ଭାବେ ସି ଟି ଜି ଫାଉଣ୍ଡେସନର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପଲେଇ ଏବଂ କେନ୍ଦୁଜୁଆଣି ଆବାସିକ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପର୍ଶୁରାମ ମହାନ୍ତ ଯୋଗ ଦେଇଥିଲେ ।ଶିକ୍ଷାଦାନ ସହ ସମାଜ ସେବା ଓ ଜଣେ ଯୁବ କବି ଭାବେ ଓଡ଼ିଶାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ମଧ୍ୟ ସେ ଜଡ଼ିତ ।

ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ଦ୍ଵାରା “କବି କୁଳମଣି ସମ୍ମାନ -୨୦୨୩” , ଓଡ଼ିଶା ସାହିତ୍ୟିକ ସଂଗଠନ, ଭୁବନେଶ୍ୱର ଦ୍ଵାରା “ଗୀତା ଜ୍ଞାନ ଦର୍ଶନ”, କବିର କବିତା ସାହିତ୍ୟ କଳା ଏବଂ ସେବା ପରିଷଦ, ସମ୍ବଲପୁର ଦ୍ଵାରା “ରାଜ୍ୟସ୍ତରୀୟ ଗୁରୁ ଗୌରବ ସମ୍ମାନ -୨୦୨୩” , ସେହିପରି ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି ତରଫରୁ “ମାଟିଲଗ୍ନା ବନ୍ଧୁ ” ସମ୍ମାନ ତଥା ନବ ଚେତନା ସାହିତ୍ୟ ଅନୁଷ୍ଠାନ ଦ୍ଵାରା ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଛନ୍ତି ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

ମିଳିତ ଅମଲା ମଞ୍ଚ କର୍ମଚାରୀଙ୍କ ସମୂହ ଛୁଟି 

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

Leave a Comment

error: Content is protected !!