ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

କୋକସରା,୧୪/୬ -ରାଜ୍ୟ ସଙ୍ଘର ଡାକରାରେ ଆଜିକୁ ୧୩ ଦିନ ହେବ ଆନ୍ଦୋଳନରେ ଅମଲା କର୍ମଚାରୀଙ୍କ ସମୁହ ଛୁଟି ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ୧୩ ଦିନରେ ଆନ୍ଦୋଳନ ପହଞ୍ଚିଥିବା ବେଳେ ରାଜ୍ୟ ସରକାର ଅମଲା କର୍ମଚାରୀଙ୍କ ଦାବିକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ଅମଲା କର୍ମଚାରୀଙ୍କ ଗୋଟିଏ ମାତ୍ର ପ୍ରମୁଖ ଦାବି ରହିଛି ସ୍ନାତକ ଶିକ୍ଷା ଗତ ଯୋଗ୍ୟତା ଭିତ୍ତିରେ କନିଷ୍ଠ ସହାୟଙ୍କ ଦରମା ଗ୍ରେଡ ୪ ରୁ ଗ୍ରେଡ ୯ କୁ ବୃଦ୍ଧି ପାଇଁ ଆନ୍ଦୋଳନ ଜାରି ରହିଛି। ଅମଲା କର୍ମଚାରୀଙ୍କ ଛୁଟିରେ ରହିବା ଫଳରେ ବିଭିନ୍ନ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ ଠପ ହୋଇପଡ଼ିଛି। ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଗକୁ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ନ ମିଳିବାରୁ ଅନେକ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ଆଗକୁ ରଥଯାତ୍ରା ଆସୁଥିବା ବେଳେ ବିଭିନ୍ନ ବିଭାଗୀୟ ଉନ୍ନୟନ କାର୍ଯ୍ୟର ବିଲ ନ ହେବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। କୋକସରା ବ୍ଲକ ଅମଲା କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ମଙ୍ଗଳବାର କର୍ମଚାରୀ ମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ହାତରେ ଝାଡୁ ଧରି ଜଗନ୍ନାଥ ମନ୍ଦିର ଓ ଶିଵ ମନ୍ଦିର ପରିସରରେ ସଫେଇ କରୁଥିବା ଦେଖିବାକୁ ମିଳିଛି। ସରକାର ଦାବି ପୁରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଳି ସଙ୍ଘର କର୍ମକର୍ତ୍ତା ମାନେ କହିଛନ୍ତି। ଆନ୍ଦୋଳନରେ କୋକସରା ବ୍ଲକର ଶିକ୍ଷା ବିଭାଗ, ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅଚ୍ୟୁତାନନ୍ଦ ନାଗ, ମିହିର କୁମାର ବେହେରା, ରାଜୀବ କୁମାର ନାଏକ, ସୁନ୍ଦର ନାଏକ, ରୂକଚନ ପାତ୍ର, ଶେଷଦେବ ସିଂ, ଯୁଧିଷ୍ଠିର କର, ଉପେନ୍ଦ୍ର ନାଏକ, ଶୁଭେନ୍ଦୁ ରାଉତ, ବୃଷଭ ନାଏକ, ବୈକୁଣ୍ଠ ବାଗ, ବିଜୟ କୁମାର ବେହେରା, ଅମୀୟ କୁମାର ପ୍ରଧାନୀ ପ୍ରମୁଖ କର୍ମଚାରୀ ମାନେ ସାମିଲ ରହିଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଲୋ ଭୋଲ୍ଟେଜ ଓ ବିଦ୍ୟୁତ କାଟ କୁ ନେଇ ପୁଣି ରାଜରାସ୍ତା ଅବରୋଧ କଲେ ଚାଷୀ

masiha

ମଠକରଗୋଳା ମହାବିଦ୍ୟାଳୟ  ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

Sunil Chandra Nayak

ଝରୀଗାଁ ବିଧାୟକ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଙ୍କ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!