ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ ଟାୱାର ତୁରନ୍ତ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ସାକ୍ଷାତ କରି ପୂର୍ବତନ ବିଧାୟକ ଅନୁରୋଧ କଲେ

କନ୍ଧମାଳ,16/06.(ମନିସ): କେନ୍ଦ୍ର ସରକାର ଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କେନ୍ଦ୍ର ରେଳ ଓ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଟବ ଙ୍କୁ ଦିଲ୍ଲୀ ରେ ସାକ୍ଷାତ କରି ଅନୁରୋଧ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ। କନ୍ଧମାଳ ଜିଲ୍ଲାରେ ଅଧିକାଂଶ ଅଞ୍ଚଳ ଦୁର୍ଗମ ଓ ପାହାଡିଆ ଅଞ୍ଚଳ । ୧୦୮ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ୧୦୨ ,୧୧୨ ଯୋଗଯୋଗ ସହ ଛାତ୍ର ଛାତ୍ରୀ ମାନେ ଇଣ୍ଟରନେଟ ବ୍ୟବହାର କରି ପାଠ ପଢିବାରେ ଅସୁବିଧା ହେଉଛି, ଏଣୁ ନେଟୱାର୍କ ଅତି ଜରୁରୀ ହୋଇ ଗଲାଣି। ଜିଲ୍ଲା ରେ କେବଳ ବିଏସଏନଏଲ ଏବଂ ଜିଓ ଦୁଇଟି ନେଟୱାର୍କ ବ୍ୟବସ୍ଥା ଥିବା ସେହି ଦୁଇଟି ନେଟୱାର୍କ ର ଟାୱାର ନିର୍ମାଣ ହେଲେ ଜିଲ୍ଲାରେ ଥିବା ୮ଲକ୍ଷ ରୁ ଉର୍ଦ୍ଧ ଲୋକ ଉପକୃତ ହୋଇ ପାରିବେ ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ରମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ବୈଷ୍ଟବ ମଧ୍ୟ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ସାରିବା ପାଇଁ ଆଶ୍ଵାସନା ଦେଇଥିବା ବେଳେ ଉକ୍ତ କମ୍ପାନୀ କୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି। କେନ୍ଦ୍ର ନେତୃତ୍ୱାଧିନ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳି ର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଗାଁ ଗାଁ ରେ ଚାଲିଥିବା ଜନସଚେତନତା ଅଭିଯାନ ବେଳେ ଜନତା ନେଟୱାର୍କ ସଂପର୍କରେ ପଛରେ ଥିବା ବିଷୟ ମଧ୍ୟ ଶ୍ରୀମାଝୀ କେନ୍ଦ୍ରମନ୍ତ୍ରୀ ଙ୍କୁ କହିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ସେଲ୍ଫ ଫାଇନାନସିଂ ବିଜ୍ଞାନ ପାଠ୍ୟକ୍ରମର ଫି’ ଛାଡ ପାଇଁ ଦାବି  ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ ଜୁନାଗଡ ର ଛାତ୍ରଛାତ୍ରୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

masiha

Leave a Comment

error: Content is protected !!