ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଲନରା ବ୍ଳକରେ ସଂଯୁକ୍ତା ହେଲେ ପଞ୍ଚାୟତ ସମିତି ଅଧ୍ଯକ୍ଷା

ରାୟଗଡା:୧୨/୩- ମ,ନି,ସ:- କୋଲନରା ବ୍ଳକର ଖ – ଜୋନର ସୁରି ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତି ସଭ୍ଯା ପ୍ରାର୍ଥୀନୀ ସଂଯୁକ୍ତା କୁଲିସିକା ମୋଟ ୧୧ ଖଣ୍ତ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ କ – ଜୋନରୁ ଥେରୁବାଲି ସମିତି ସଭ୍ଯା ସାମନ୍ତି ହିକ କାଓ, ଖ- ଜୋନରୁ ସୁରି ସମିତି ସଭ୍ଯା ସଂଯୁକ୍ତା କୁଲିସିକା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଭୋଟ ଗ୍ରହଣରେ ସମିତି ସଭ୍ଯା ସାମନ୍ତ ହିକା ମାତ୍ର ୨ ଜଣ ସମିତି ସଭ୍ଯଙ୍କ ଭୋଟ ପାଇଥିବା ବେଳେ ସଂଯୁକ୍ତା କୁଲସିକା ୧୧ ଜଣ ସମିତି ସଭ୍ଯାଙ୍କ ଭୋଟ ପାଇ ବିଜୟୀ ହୋଇଛନ୍ତି। ପଞ୍ଚାୟତ ସମିତି ଅଧ୍ଯକ୍ଷା ଭାବେ ସଂଯୁକ୍ତା କୁଲସିକା ବିଜୟୀ ହେବାପରେ ଜିଲ୍ଲାପରିଷଦ ସଭ୍ଯ ଇପିଲି ଧବଳେଶ୍ବର ନାଇଡୁ, ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜେଡି ସଭାପତି ସୁଧିର ଦାସ ଓ ବ୍ଳକ ବିଜେଡି କର୍ମିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

କୁମୁଡ଼ାମୁଣ୍ଡା ଗୌନ୍ତିଆଙ୍କ ପରଲୋକ, ଅଞ୍ଚଳରେ ଶୋକାକୁଳ ପରିବେଶ

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ରଥ ଯାତରା

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak

Leave a Comment

error: Content is protected !!