ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଲନରା ବ୍ଳକରେ ସଂଯୁକ୍ତା ହେଲେ ପଞ୍ଚାୟତ ସମିତି ଅଧ୍ଯକ୍ଷା

ରାୟଗଡା:୧୨/୩- ମ,ନି,ସ:- କୋଲନରା ବ୍ଳକର ଖ – ଜୋନର ସୁରି ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତି ସଭ୍ଯା ପ୍ରାର୍ଥୀନୀ ସଂଯୁକ୍ତା କୁଲିସିକା ମୋଟ ୧୧ ଖଣ୍ତ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ କ – ଜୋନରୁ ଥେରୁବାଲି ସମିତି ସଭ୍ଯା ସାମନ୍ତି ହିକ କାଓ, ଖ- ଜୋନରୁ ସୁରି ସମିତି ସଭ୍ଯା ସଂଯୁକ୍ତା କୁଲିସିକା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଭୋଟ ଗ୍ରହଣରେ ସମିତି ସଭ୍ଯା ସାମନ୍ତ ହିକା ମାତ୍ର ୨ ଜଣ ସମିତି ସଭ୍ଯଙ୍କ ଭୋଟ ପାଇଥିବା ବେଳେ ସଂଯୁକ୍ତା କୁଲସିକା ୧୧ ଜଣ ସମିତି ସଭ୍ଯାଙ୍କ ଭୋଟ ପାଇ ବିଜୟୀ ହୋଇଛନ୍ତି। ପଞ୍ଚାୟତ ସମିତି ଅଧ୍ଯକ୍ଷା ଭାବେ ସଂଯୁକ୍ତା କୁଲସିକା ବିଜୟୀ ହେବାପରେ ଜିଲ୍ଲାପରିଷଦ ସଭ୍ଯ ଇପିଲି ଧବଳେଶ୍ବର ନାଇଡୁ, ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜେଡି ସଭାପତି ସୁଧିର ଦାସ ଓ ବ୍ଳକ ବିଜେଡି କର୍ମିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

ଢ଼େଙ୍କାନାଳ – ମନ୍ତ୍ରୀ ଙ୍କ ଦ୍ଵାରା କମ୍ୟୁନିଟି ସେଣ୍ଟର ଉଦଘାଟିତ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ତମେ ଗଲା ପରେ

Sunil Chandra Nayak

ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର

Sunil Chandra Nayak

Leave a Comment

error: Content is protected !!