ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୭ଜଣ ମହିଳା ଗ୍ରୁପର ଟିପଚିନ୍ହ ନେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା କୁ ନେଇ କେଗାଁ ଥାନାରେ ଅଭିଯୋଗ

ଗୋଳାମୁଣ୍ଡା/୧୭/୬/୨୩/ନିର୍ଭୀକ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଚେରଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ପ୍ରାପ୍ତ ସୂଚନାରୁ ଜଣାଯାଉଛି ଯେ ସାନଚେରଗାଁର ମଦନା ନାଗ ସ୍ୱାମୀ ଲକ୍ଷ୍ମୀଧର ନାଗ ୧୭ ଟି ମହିଳା ଗ୍ରୁପର ଟିପ ଚିହ୍ନରେ ଲକ୍ଷଲକ୍ଷ ଟଙ୍କା ଉଠାଇବା ସହିତ ସେହି ଗ୍ରାମର ଚକ୍ରଧର ନାଗ ଙ୍କ ଠାରୁ ଏକ ଭରି ଦୁଇ ଅଣି ସୁନା ମାଗି ଗାଁରୁ କେଉଁ ଆଡେ ଚାଲି ଯାଇ ଥିବା ଘଟଣା ସମ୍ପର୍କରେ କେଗାଁ ଥାନାରେ ଏତଲା ଦେଇଛନ୍ତି । ୧୭ଟି ମହିଳା ଗ୍ରୁପର ଲକ୍ଷ ଲକ୍ଷ ଟଙ୍କା ଆତ୍ମ ସାଦ କରିଥିବାରୁ ଗ୍ରୁପର ମହିଳା ମାନେ କମ୍ପାନୀଙ୍କୁ ଟଙ୍କା ପରିଶୋଧ କରିବା ପାଇଁ ଅଧିକାଂଶ ଲୋକ ନିଜ ଛୁଆ ପିଲାଙ୍କୁ ଧରି ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇଛନ୍ତି ବୋଲି ମେଡିଆ ସଂମୁଖରେ ପ୍ରକାଶ କରିଥିଲେ, ଏଭଳି ସ୍ଥିତିରେ ଆଜି କେଗାଁ ଶନିବାର ଦିନ କେଗାଁ ଥାନାରେ ଯାଇ ଥାନା ଅଧିକାରୀ ପ୍ରଶାନ୍ତ କୋଲହର୍ଷ ଙ୍କ ଠାରେ ଲକ୍ଷ ଲକ୍ଷ ଟଙ୍କା ମଦନା ନାଗ ଗ୍ରୁପର ଠାରୁ ଠକାମୀ କରି ଗାଁ ଛାଡି କେଉଁ ଆଡେ ପଳାନ୍ତର ହୋଇଛି ବୋଲି ଅଭିଯୋଗ କରିଥିଲେ, ମଦନା ନାଗ କୁ ଖୋଜି ଠାବ କରିବା ପାଇଁ ମହିଳା ମାନେ ଥାନା ଅଧିକାରୀ ଙ୍କୁ କାକୁତି ମିନତୀ ଭାବରେ ଜଣାଇ ଥିଲେ,କାରଣ ଏହା ପୂର୍ବରୁ ମଧ୍ୟ କେଗାଁ ଅଧୀନରେ ଥିବା ଚହକା ପଞ୍ଚାୟତରେ ମଧ୍ୟ ଜଣେ ମହିଳାଗ୍ରୁପର ଟଙ୍କା ଠକାମୀ କରିଥିବାରୁ ସଦର ଭବାନୀପାଟଣା ଏସ୍ଡିପିଓ ସୁନାରାମ ହେମ୍ରରଂ ଙ୍କ ନେତୃତ୍ବରେ କେଗାଁ ଥାନା ଅଧିକାରୀ ପ୍ରଶାନ୍ତ କୋଲହର୍ଷ ଠକାମୀକୁ ଠାବ କରିବାରେ ସଫଳ ହୋଇ ଥିବାରୁ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଥିଲେ, ଏଣୁ ଯଦିଓ ପୋଲିସ ମଦନା ନାଗ କୁ ଠାବ କରିବାରେ ବିଫଳ ହୁଅନ୍ତି ତେବେ ମହିଳା ମାନେ ସ୍ୱାବଲମ୍ବୀ ହେବାରେ ବାଧାପ୍ରାପ୍ତ ଘଟିବା ସହିତ ଠକାମୀର ଚେର ଧୀରେ ଧୀରେ ଲମ୍ବିବ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚାର ବିଷୟ ହେଉଛି, ଏହି ସମ୍ପର୍କରେ ଥାନା ଅଧିକାରୀ ଙ୍କ ମତାମତ ନେବାରୁ ସେ କହିଛନ୍ତି ଯେ ନିଶ୍ଚିତ ଭାବେ ଅଭିଯୁକ୍ତ କୁ ଠାବ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ଖୁଲମ୍ ଖୁଲା ପେଟି ପେଟି ଚାଲାଣ ହେଉଛି ବିଦେଶୀ ମଦ , ପୋଲିସ,ଅବକାରୀ ବିଭାଗ ନିରବ

Sunil Chandra Nayak

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ତିରିଂ ଥାନା! ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

masiha

Leave a Comment

error: Content is protected !!