ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡଗରା ବେଳାଭୂମି ପାଲଟିଛି ମଦ୍ଯପଙ୍କ ଆଡାସ୍ଥଳୀ, ପର୍ଯ୍ଯଟକଙ୍କୁ କରୁଛନ୍ତି ଦୁର୍ବ୍ଯବହାର, ନିଦରେ ଶୋଇଛି ପୋଲିସ ପ୍ରଶାସନ 

ବାଲେଶ୍ଵର,୧୭/୬/୨୩- ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରପୂର ମନୋରମ ଡଗରା ବେଳାଭୂମିର ସୌନ୍ଦର୍ଯ୍ଯକୁ ଉପଭୋଗ କରିବା ପାଇଁ ପ୍ରତିଦିନ ଓଡିଶା ସମେତ ବାହାର ରାଜ୍ଯରୁ ଶହ ଶହ ସଂଖ୍ଯାରେ ପର୍ଯ୍ଯଟକ ଛୁଟି ଆସୁଥିବା ବେଳେ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନର ଦାୟିତ୍ବ ହୀନତା ଯୋଗୁଁ ଏହା ଏବେ ମଦ୍ଯପ ଏବଂ ଅସାମାଜିକ ବ୍ଯକ୍ତି ମାନଙ୍କ ଆଡାସ୍ଥଳୀ ପାଲଟିଛି । ବିଭିନ୍ନ ସମୟରେ ମଦ୍ଯପ ମାନେ ନିଶାସକ୍ତ ଅବସ୍ଥାରେ ପର୍ଯ୍ଯଟକ ମାନଙ୍କୁ ଦୁର୍ବ୍ଯବହାର କରିବା ସହ ଟଙ୍କା ଏବଂ ସୂନା ଗହଣା ମଧ୍ଯ ଲୁଟି ନେଉଛନ୍ତି । ଦିନ ଦ୍ବିପହରରେ ଖୁଲମଖୁଲା ଭାବରେ ବେଳାଭୂମିରେ ବସି ମଦ୍ଯପାନ କରିବା ସହ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରୁଛନ୍ତି । ବିଶେଷ କରି କୌଣସି ଯୁବତୀ ଏବଂ ସ୍ତ୍ରୀ ଲୋକ ଦେଖିଲେ ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହିତ ମୋବାଇଲ ରେ ଫଟୋ ଉତ୍ତୋଳନ କରୁଛନ୍ତି । ପ୍ରତିବାଦ କଲେ ମଦ୍ଯପ ମାନେ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରୁଛନ୍ତି । କିଛି ଦିନ ପୂର୍ବରୁ ପ୍ରେମୀ ଯୁଗଳଙ୍କ ସହିତ ଗତକାଲି ରଜ ପର୍ବ ଅବସରରେ ଲଙ୍ଗଳେଶ୍ବର ଅଞ୍ଚଳର କିଛି ଲୋକ ପରିବାର ସହିତ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ କିଛି ମଦ୍ଯପ ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ପର୍ଯ୍ଯଟକ ମାନେ ପ୍ରତିବାଦ କରିବାରୁ ମଦ୍ଯପ ମାନେ ଯୁକ୍ତିତର୍କ କରିବା ସହିତ ପର୍ଯ୍ଯଟକ ମାନଙ୍କୁ ଧମକଚମକ ଦେଇଥିଲେ । ଏନେଇ ସେମାନେ ବାଲିଆପାଳ ପୋଲିସକୁ ଫୋନ କରି ଅଭିଯୋଗ କରିବା ପରେ ମଧ୍ଯ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଯାହାକୁ ନେଇ ପର୍ଯ୍ଯଟକଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ପୋଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ବୁଦ୍ଧିଜିବୀ ମହଲରେ ତୀବ୍ରନିନ୍ଦା କରାଯାଉଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହିରୋଇନ୍ ଚୋରା ଚାଲାଣ ଅଭିଯୋଗରେ ୫ ଗିରଫ

Sunil Chandra Nayak

ଜମି ବନ୍ଧକକୁ କେନ୍ଦ୍ର କରି ଖୁର୍ସେଲ ଗୁଡାରେ ଯୁବକକୁ ହତ୍ୟା ,ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

masiha

ଖଡ଼ିଆଳ ସହର ମଧ୍ୟରେ ଥିବା କୈଳାସ ସୁନା ଗହଣା ଦୋକାନ କୁ ଦିନ ବେଳା ଡକାୟତ ଉଦ୍ୟମ

Leave a Comment

error: Content is protected !!