ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଘୋଷିତ ବିଦ୍ୟୁତକାଟ, ଓ ଗ୍ରାହକ ଶୋଷଣ ନୀତି ବିରୁଦ୍ଧରେ ଚନ୍ଦାହାଣ୍ଡି ବ୍ଲକ ଭାଜପା ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଚନ୍ଦାହାଣ୍ଡି:୧୭/୦୬(ମ ନି ସ )ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ଲକ୍ଷରେ ବିଦ୍ୟୁତ୍ ବିତରଣ କମ୍ପାନୀ ସାଉଥକୋ ଟାଟା ପାୱାର କୁ ହସ୍ତାନ୍ତର କରାଯାଇଥିଲା।ଟାଟା ପାୱାର ଦାୟିତ୍ଵ ଗ୍ରହଣ କରିବା ପରେ ବିଦ୍ୟୁତ ସେବାରେ ନିଶ୍ଚିତ ଉନ୍ନତି ଆସିବ ବୋଲି ଗ୍ରାହକଙ୍କ ମହଲରେ ଏକ ଧାରଣା ସୃଷ୍ଟି ହୋଇଥିଲା।ହେଲେ ବର୍ତ୍ତମାନ ଏହା ଭୁଲ ପ୍ରମାଣିତ ହେବାରେ ଲାଗିଛି।ପୂର୍ବରୁ ସାଉଥକୋ ଠାରୁ ମିଲୁଥିବା ଗ୍ରାହକସେବା ଠାରୁ ଟାଟା ପାୱାର ବିତରଣ କମ୍ପାନୀ ର ଗ୍ରାହକ ସେବା ଅତ୍ୟନ୍ତ ଖରାପ ବୋଲି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ବିନା କାରଣରେ ବ୍ଲକ ସାରାର କେଉଁଠି ନା କେଉଁଠି ବିଦ୍ୟୁତ୍ କାଟ ନିତିଦିନିଆ ଘଟଣା ଘଟିବାର ଲାଗିଛି।ପୂର୍ବରୁ କେବଳ ଗ୍ରୀଷ୍ମ ଋତୁରେ ସ୍ଥାନୀୟ ଆଳରେ ବିଭିନ୍ନ ସ୍ଥାନରେ ଲୋଭୋଲ୍ଟେଜ୍ ସମସ୍ୟା ରହୁଥିଲା।ଆକାଶରେ କଳା ବାଦଲ ଦେଖିଲେ ବିଦ୍ୟୁତ ବିଭାଗୀୟ କର୍ମଚାରୀ ମାନେ ବିଦ୍ୟୁତ ବିଚ୍ଛିନ୍ନ କରିଦେଉଥିବା ଦେଖିବାକୁ ମିଳୁଛି।୨୦୨୧ ମସିହା ଆରମ୍ଭରୁ ଟାଟା ପାୱାର ଦାୟିତ୍ଵ ଗ୍ରହଣ କରିଥିବା ବେଳେ ବର୍ଷ ଆରମ୍ଭରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ଲାଗି ରହିଛି।ଟାଟା ପାୱାର ଦାୟିତ୍ଵ ନେବାର ଦୀର୍ଘ ୨ ବର୍ଷ ୭ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସୁଫଳ ମିଳି ପାରିନାହିଁ।ଏଭଳି ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ କରାଯିବା ପରେ ଲୋକେ ଏଥିରୁ ସୁଫଳ ପାଇବା ପରିବର୍ତ୍ତେ ନାନା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ଗତ କିଛି ଦିନ ହେଲା ଚନ୍ଦାହାଣ୍ଡି ବ୍ଲକ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ ସମସ୍ୟା ବୃଦ୍ଧି ପାଇବା ରେ ଲାଗିଛି।ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ କାଟ ଲୋକଙ୍କୁ ଦାଉ ସାଜୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।କେତେବେଳେ ବିଦ୍ୟୁତ ରହୁଛି ତୋ କେତେବେଳେ ବିଦ୍ୟୁତ ବିଚ୍ଛିନ୍ନ କରାଯାଉଛି।ଜନସାଧାରଣ ଜାଣିବା ମୁସ୍କିଲ ହୋଇ ପଡ଼ିଛି।ଏପରିକି ବିଳମ୍ବିତ ରାତିରେ ବିଦ୍ୟୁତ କାଟ କରାଯାଉଥିବାରୁ ଏହାର ସୁଯୋଗ ନେଇ ଲୁଟେରା ମାନେ ସକ୍ରିୟ ହୋଇପଡ଼ିବା ସହ କିଛି ସ୍ଥାନର ଛୋଟ ମୋଟ ଚୋରି ହୋଇଥିବାର ଜଣାପଡିଛି।ଟାଟା ପାୱାର ଦାୟିତ୍ଵ ଗ୍ରହଣ କରିବା ପରେ ଭିତ୍ତିଭୂମିର ବିକାଶ ଉପରେ ଯେତିକି ଗୁରୁତ୍ଵ ଦେବା କଥା ତାହା ନକରି ରାଜସ୍ବ ଆଦାୟ ପଛରେ ଲଗିପଡ଼ିଥିବା ଜଣାପଡ଼ିଛି। ଏ ନେଇ ଆଜି ଚନ୍ଦାହାଣ୍ଡି ଓ ମାଲଗାଁ ମଣ୍ଡଳର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା। ଓ ଲିଖିତ ଆକାରରେ ବିଭାଗିୟ କନିଷ୍ଠ ଯନ୍ତ୍ରୀ ସମର ବଲଭ ସାହୁ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଟାଟା ପାୱାର କର୍ତୁପକ୍ଷ ଉପଭୋକ୍ତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ବିଦ୍ୟୁତ କାଟ ଭଳି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଜନ ଆସୋନ୍ତୋଷ ବୁଦ୍ଧି ପାଇବା ସହ ଏକ ବଡ ଧରଣର ଜନ ଆନ୍ଦୋଳନ ଗଢ଼ି ଉଠିବ।ଏହି ଦାବିପତ୍ର ପ୍ରଦାନ ସମୟରେ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁ ଜୈନ,ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ମାଝୀ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ଦାସ,ମଣ୍ଡଳ ସଭାପତି ପ୍ରତାପ ବାଘ,ସମିତି ସଭ୍ୟ ପୌରୁଷ ମାଝୀ, ମହିନ୍ଦ୍ର ନାୟକ, ସୁକୃ ନାୟକ,ଯୁବମୋର୍ଚା ସଭାପତି ଭୋଦେବ ବାଘ, ଯାଦବ ବଗର୍ତି,ମାନସିଂହ ଚୌହାନ,ଲଚିନ ବାଘ,ସୁବଳ ବାଘ,ଜଗଦୀଶ ସୁନା, କୁଞ୍ଜ ଭଇସାଲ,ସମେତ ଅନେକ ବି ଜେ ପି କର୍ମୀମାନେ ଯୋଗଦେଇଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

Sunil Chandra Nayak

ଗୁଳି ଗୁଳି ରୁ ଟିକେ ଅସ୍ବସ୍ତି !

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା ୩ ଯୁବକ ଗୁରୁତ୍ତର

masiha

Leave a Comment

error: Content is protected !!