ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଏନଏସି ନିର୍ବାଚନ

୫ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ମଇଦାନ ରେ ୪୧ ପ୍ରାର୍ଥୀ 

ଧର୍ମଗଡ:୧୫/୩/୨୨: ଧର୍ମଗଡ ଏନଏସି ନିର୍ବାଚନ ପାଈଗତ କାଲି ଚୂଡ଼ାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ଦିନରେ ୫ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି ।

ଏନଏ ସି ନିର୍ବାଚନ ଅଧିକାରୀ ହରେକୃଷ୍ଣ ବରିହା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ ଏନଏସି ର ୧୪ ଟି ୱାର୍ଡ ପାଇଁ ବିଭିନ୍ନ ଦଳୀୟ ପ୍ରାର୍ଥୀ ଓ ସ୍ବାଧିନ ପ୍ରାର୍ଥୀ ମିଶି ମୋଟ ୪୨ ଟି ନାମାଙ୍କନ ପତ୍ର ଦାଖଲ ହୋଇ ଥିଲା । ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ଦିନରେ ୩ ଜଣ ସ୍ବାଧୀନ କାଉନସିଲର ପ୍ରାର୍ଥୀ ଓ ଜଣେ ଭାଜପା ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳ ରେ ନିର୍ବାଚନ ମଇଦାନ ରେ ୩୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରେ ରହିଛନ୍ତି । ସେହିପରି ଅଧ୍ୟକ୍ଷ ପଦ ପାଇଁ ୩ ଜଣ ଦଳୀୟ ପ୍ରାର୍ଥୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ମୋଟ ୪ ଜଣ ନାମାଙ୍କନ ଦାଖଲ କରିଥିଲେ । ତେବେ ସ୍ବାଧିନ ପ୍ରାର୍ଥୀ ଥିବା ସୁବାଷ ଚନ୍ଦ୍ର ନାଏକ ତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳ ରେ ନିର୍ବାଚନ ମଇଦାନ ରେ ୩ ଜଣ ଦଳୀୟ ପ୍ରାର୍ଥୀ ବିଜେଡି ରୁ ରାଜେନ୍ଦ୍ର ମୁନି, ଭାଜପା ରୁ ଅଶୋକ ମହାନ୍ତି ଏବଂ କଂଗ୍ରେସ ରୁ ଅକ୍ଷୟ ନାଏକ ପ୍ରତିଦ୍ବନ୍ଦିତା କରିବା ନିଶ୍ଚିତ ହୋଇ ଯାଇଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ବେଣୁ ଧର ସୁତାର ଙ୍କ କବିତା ତୁ ମୋର ମିଠା ସପନ

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

ଟାଟା ଷ୍ଟିଲ ମେରାମଣ୍ଡଳୀ ଠାରେ ଶ୍ରମିକ ଦିବସ ପାଳିତ

Leave a Comment

error: Content is protected !!