ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ରୁ ଭାଜପା କୁ ଝଟକା

ଧର୍ମଗଡ ଏନଏସି ନିର୍ବାଚନ ରେ ପ୍ରଥମ ରୁ କଂଗ୍ରେସ ଦଳ ସମସ୍ତ ୧୪ ଟି ୱାର୍ଡ ରେ କାଉନସିଲର ପ୍ରାର୍ଥୀ ଦେଇ ପାରିନଥିବା ବେଳେ ବିଜେଡି ଓ ବିଜେପି ଦଳ ସମସ୍ତ ୧୪ ଟି ୱାର୍ଡ ରେ ଦଳୀୟ ପ୍ରାର୍ଥୀ ଦେଇ ଥିଲେ । କିନ୍ତୁ ଗତକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ଦିନରେ ୱାର୍ଡ ନଂ- ୧୩ ର ଭାଜପା କାଉନସିଲର ପ୍ରାର୍ଥୀ ଥିବା ସଞ୍ଜିତା ନାଏକ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଏହି ୱାର୍ଡ ରେ କଂଗ୍ରେସ ଦଳ ପ୍ରାର୍ଥୀ ଦେଇ ନଥିବା ବେଳେ ଭାଜପା ପ୍ରାର୍ଥୀ ଓହରି ଯିବା ରୁଏକ ମାତ୍ର ବିଜେଡି ପ୍ରାର୍ଥୀ ସନ୍ତୋଷୀନି ନାଏକ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଛି । ଫଳ ରେ ଆରମ୍ଭ ରୁ ଏହା ଭାଜପା ଦଳ କୁ ଝଟକା ସଦୃଶ ହୋଇଛି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

Leave a Comment

error: Content is protected !!