ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ ପରିକ୍ଷାରେ ସଫଳତା ପାଇଛନ୍ତି କାମାକ୍ଷାନଗର ଶୃତିପ୍ରଜ୍ଞା।୭୨୦ରୁ ରଖିଛନ୍ତି ୬୮୦ ନମ୍ବର

କାମାକ୍ଷାନଗରM _ 17/6/23 //ପ୍ରକାଶ ପାଇଛି ନିଟ ପରୀକ୍ଷାର ରେଜଲଟ।ଏଥିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ର ସୁଶ୍ରୀ ଶୃତି ପ୍ରଜ୍ଞା ମହାପାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ୭୨୦ ମାର୍କରୁ ୬୮୦ ମାର୍କ ରଖି ଏହି ସଫଳତା ପାଇଛନ୍ତି।ବାପା ପ୍ରବୋଧ କୁମାର ମହାପାତ୍ର ଓ ମାଆ ବିଜୟଲକ୍ଷ୍ମି ସାହୁ ଉଭୟ ସରକାରି ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ପିଲା ବେଳୁ ବେଶ ମେଧାବି ଥିବା ଶୃତିପ୍ରଜ୍ଞା ସ୍କୁଲ ଜିବନ କାମାକ୍ଷାନଗରର ସରସ୍ବତି ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଯାଏଁ ଶିକ୍ଷା ଗ୍ରହଣ କରିଥିଲେ।ଦଶମ ପରିକ୍ଷାରେ ସବଡିଭିଜନ ସ୍ତରରେ ଅଧିକ ନମ୍ବର ରଖି ସଫଳତା ହାସଲ କରିଥିଲେ।ପଢା ସମୟରେ ବୃତ୍ତି ପାଇଥିବା ବେଳେ ନବୋଦୟ ମଧ୍ୟ ପାଇଥିଲେ।ପିଲାବେଳୁ ଲକ୍ଷ୍ୟ ରଖିଥିଲେ ଡକ୍ଟର ହେବା ପାଇଁ ତାହା ପୂରଣ ହୋଇଥିବା କହିଛନ୍ତି।ପରେ ଭୂବନେଶ୍ବର ଠାରେ ଦ୍ବାଦଶ ଯାଏଁ ଓ ପରେ ଜାଜପୂର ସ୍ଥିତ ପ୍ରୟାଶ ଇଷ୍ଟିଟ୍ୟୁଚରେ ନିଟ ପାଇଁ କୋଚିଂ ନେଉଥିଲେ।ଭୂବନେଶ୍ବର ଏମସରେ ପାଠ ପଢିବା ଲକ୍ଷ୍ୟ ରଖିଛନ୍ତି ଶୃତିପ୍ରଜ୍ଞା। ଏହି ସଫଳତା ପାଇବା ପରେ ପରିବାରରେ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।ସଫଳତାର ଶ୍ରେୟ ସ୍କୁଲ,କଲେଜ ଓ କୋଚିଂ ସେଣ୍ଟରର ଶିକ୍ଷକ ଶିକ୍ଷୟତ୍ରି ,ବାପା,ମାଆ,ଜେଜେବାପା,ଜେଜେମାଆ ସମସ୍ତଙ୍କୁ ଦେଇଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପିସି ଏଣ୍ଡ ପିଏନଣ୍ଡିଟି ଆକ୍ଟ ଅନୁସାରେ ଅଲ୍ଟ୍ରାସାଉଣ୍ଡ ମେସିନ ଚାଲିବା ନେଇ ପ୍ରସାନିକ ବୈଠକ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ସହରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା କଡ଼ାକଡ଼ି, ନୂଆପଡ଼ା,ପଦମପୁର ରାସ୍ତାରେ ଶୀଘ୍ର ଲାଗୁ ହେବ ଇଣ୍ଟେଲିଜେଣ୍ଟ ଟ୍ରାଫିକ ଏନଫୋର୍ସମେଣ୍ଟ ସିଷ୍ଟମ

Sunil Chandra Nayak

କଲନାରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!