ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି

କୋକସରା,୧୭/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ଆସନ୍ତା ୧୮ ତାରିଖରେ ପ୍ରାନ୍ତିୟ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ୧୧ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାନ୍ତିୟ ମାରୱାଡି ଯୁବାମଞ୍ଚ ପକ୍ଷରୁ ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ଲଡୁଗାଁ ଠାରେ ୧୮ ତାରିଖରେ ମେଗା ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର କରାଯାଇଛି। ଲଡୁଗାଁ ମାରୱାଡି ଯୁବା ମଞ୍ଚ ପକ୍ଷରୁ ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ରୋନକ ଅଗ୍ରୱାଲ, ସଂଯୋଜକ ଅଙ୍କିତ ଅଗ୍ରୱାଲ, ସହ ସଂଯୋଜକ ବିକାଶ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା ପ୍ରମୁଖ ରକ୍ତଦାନ ଶିବିର ଆୟୋଜନ ପାଇଁ ନେତୃତ୍ୱ ନେଇଥିବା ଜଣାପଡିଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

କୁମ୍ଭାରିଠାରେ ମତ୍ସ୍ୟ ପାଳନ ତାଲିମ ଶିବିର

Sunil Chandra Nayak

Tributes Paid to Musician Sikandar Alam on His Death Anniversary.

Sunil Chandra Nayak

ଆମପାଣି ଆବାସିକ ଜନଜାତି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!