ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ମହାବିଦ୍ୟାଳୟର ସ୍ବତନ୍ତ୍ର ସେବା ଶିବିର

ବାଲେଶ୍ଵର,୧୭/୬/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ଡ଼. ହରେକୃଷ୍ଣ ମହତାବ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ସେବା ଶିବିର କୁପାରୀ ନିକଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଇଁ ପରିସରରେ ଗତ ତା ୦୮/୬/୨୩ ରିଖରେ ଆରମ୍ଭ ହୋଇ ତା ୧୪/୬/୨୩ ରିଖରେ ଶେଷ ହୋଇଯାଇଛି । ଅଧ୍ୟକ୍ଷ ଗଗନ ବିହାରୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଶିବିରକୁ ପ୍ରୋଗ୍ରାମ ଅଫିସର ଭକ୍ତବନ୍ଧୁ ସାହୁ ପରିଚାଳନା କରିଥିଲେ । ଏହି ଶିବିରରେ ପ୍ରାଣୀ ଚିକିସ୍କକ ଉମାକାନ୍ତ ବହଳିଙ୍କ ପ୍ରଚେଷ୍ଟାରେ ଏବଂ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗରେ ଫାଟୁଆ ଓ ବଜବଜିଆ ଟୀକା ଦିଆଯାଇଥିଲା । ନିଶା ନିବାରଣ, ପରିବେଶ ସୁରକ୍ଷା, ଏଡ୍ସ ସଚେତନତା, ସଡକ ସୁରକ୍ଷା, ସୂଚନା ଅଧିକାର ଆଇନ ଭଳି ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଶିବିରକୁ ଫକୀରମୋହନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର ବାଲେଶ୍ଵର ଜିଲ୍ଲା ସଂଯୋଜକ ଗୌରାଙ୍ଗ ପଣ୍ଡା, ଓଡିଶା ରକ୍ତଦାତା ସଙ୍ଗଠନର ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ଏବଂ ବରିଷ୍ଠ ସହାୟକ ତାପସ କୁମାର ପାତ୍ର ପରିଦର୍ଶନ କରିଥିଲେ । ଏହି ଶିବିର ପରିଚାଳନାରେ ଅଧ୍ଯାପକ ଗଣେଶ ପ୍ରସାଦ ପଣ୍ଡା, ଦୀପକ କୁମାର ଦାସ, ତାପସ କୁମାର ଦାଶ, ଅଜୟ କୁମାର ବାରିକ, ଅଧ୍ଯାପିକା ମାଳତୀ ଲତା ହାତୀ ଓ ତପସ୍ବିନୀ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାହାଳ ମିଷ୍ଟାନ୍ନ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ସାଂସଦଙ୍କୁ ଦାବୀ ପତ୍ର 

Sunil Chandra Nayak

କାରାଗାଁ,ବାବା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଝରିଗାଁ ବିଧାୟକ:ଯୋଗ ଦେଲେ ବିଦ୍ୟାଳୟ ପରିଚାଳନା କମିଟି ସଭାରେ 

masiha

ଜିଲ୍ଲାପାଳ ଓ ଡିଏଫଓଙ୍କୁ ଭେଟିଲେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ

Sunil Chandra Nayak

Leave a Comment

error: Content is protected !!