ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସ୍ୱାସ୍ଥ୍ୟକର ପରିବେଶରେ ବଙ୍ଗଳାଗୁଡା ଗ୍ରାମର ସର୍ବସାଧାରଣ ନଳକୂପ ଓ ଡ୍ରେନେଜ ବ୍ୟବସ୍ଥା 

ତେନ୍ତୁଳୀଖୁଣ୍ଟି : ୧୮/୦୬/୨୩  //ସ୍ୱଚ୍ଛ ଓ ନିର୍ମଳ ପାଣି ଯୋଗାଇ ଦେବାପାଇଁ ସରକାର ଗୁଡ଼ାଏ ଯୋଜନା କରୁଛନ୍ତି, କିନ୍ତୁ କେତେ ତଳ ସ୍ତରରେ କାର୍ଯ୍ୟକାରୀ ହେଉଛି ତାହା ଅନୁଧ୍ୟାନ କରିବା ଜରୁରୀ ରହିଛି l

 ପ୍ରତେକ ଗ୍ରାମରେ ନଳକୂପ ମାନ ଖୋଲାଯାଇଛି , ଡ୍ରେନ ନିର୍ମାଣ କରାଯାଇଛି। କିନ୍ତୁ ଡ୍ରେନ ସଫେଇ କି କୂଅ ପୁନଃରୁଦ୍ଧାର ହେଇପାରୁନି ଯାହାଫଳରେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି ଗ୍ରାମବାସୀ l ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ବଙ୍ଗଳାଗୁଡା ଗ୍ରାମର ୱାର୍ଡ ନଂ ୭ ରେ ପ୍ରାୟ ଦୁଈ ରୁ ତିନିବର୍ଷ ହେଲା ଅସ୍ୱାସ୍ଥ୍ୟକର ପରିବେଶରେ ସେଠାକାର ନଳକୂପ ଓ ନିର୍ଗତ ଜଳ ନିଷ୍କାସନ ଡ୍ରେନ କାଦୁଅ ପଚ ପଚ ହୋଇ ପଡ଼ିରହିଛି l ନଳକୂପ ଟି ବହୁପୁରୁଣା ଏବଂ ରାସ୍ତା ଉଚ୍ଚ ହେଇଥିବାହେତୁ ନଳକୂପଟି ଏକ ଖାଳ ମଧ୍ୟରେ ରହିଛି ଏବଂ ଦୀର୍ଘଦିନରୁ ସେଠାକାର ଡ୍ରେନ ସଫା ହୋଇପାରିନାହିଁ ଯାହାଫଳରେ ପାଣି ନିଷ୍କାସନ ହୋଇପାରୁନାହିଁ l ନଳକୂପର ଚନ୍ଦିନୀ ମଧ୍ୟ ସେଠାରେ ନାହିଁ l  ନଳକୂପରେ ଦୂଷିତ ପାଣି ବାହାରୁଛି ସେହି ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ଏବଂ ରୋଗର ଶିକାର ମଧ୍ୟ ହେଉଛନ୍ତି ସ୍ଥାନୀୟ ବାସିନ୍ଦା l ଏହି ନଳକୂପକୁ ପ୍ରାୟ ୫0 ରୁ ୬0 ପରିବାର ନିର୍ଭର କରୁଛନ୍ତି l ଏହି ବାବଦକୁ ନେଇ ଆମେ ଗ୍ରାମ ପଞ୍ଚାୟତ ର ପି.ଇ.ଓ ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଲେ ବର୍ତମାନ ଆକ୍ସନ ପ୍ଲାନ ରେ ସେଇ କାର୍ଯ୍ୟକ୍ରମ ନାହିଁ ଏବଂ ଡ୍ରେନ ପରିଷ୍କାର ପାଇଁ ଫଣ୍ଡ ଆସିନାହିଁ ଆସିଲେ କରିଦେବା କହିଥିଲେ l କିନ୍ତୁ କେତେବେଳ ଫଣ୍ଡ ଆସିବ ଏବଂ ଏମିତି ଆଶ୍ୱାସନା ଦେଖେଇ ବର୍ଷ ବର୍ଷ ବିତିଯିବନିତ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏବଂ ସ୍ଥାନୀୟ ସରପଞ୍ଚ ମଧ୍ୟ ନିର୍ବାଚନ ପୂର୍ବରୁ ନଳକୂପ ଚନ୍ଦିନୀ ଏବଂ ଡ୍ରେନ ସଫା କରିଦେବା ପାଇଁ ପ୍ରତିଶୃତି ଦେଇଥିଲେ ,ବର୍ତମାନ କିପରି ଆକ୍ସନ ପ୍ଲାନ ରେ ଏହି କାମ ରଖାଯାଇନି ଏଥିପାଇଁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି l ଯଦି ଏଠାରେ ଉଚ୍ଚାରେ ନଳକୂପ ଚାନ୍ଦିନୀ କରାଯାଇ ଡ୍ରେନ ସଫାକରା ଗଲେ  ନିର୍ମଳ ପାଣି ପାଇପାରିଥାନ୍ତେ ବୋଲି ୱାର୍ଡ ବାସୀ କହିଛନ୍ତି 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାୟଗଡ ଜିଲ୍ଲାରେ ଲକ୍ଷ୍ମୀ ବସ ଶୁଭରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

masiha

ଖାତିଗୁଡାରେ ସାଇବର ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!