ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ଶଙ୍କର ସାଉନ୍ତା  ୨ ଶହ ଅସହାୟ  ବୃଦ୍ଧା ବୃଦ୍ଧଙ୍କୁ ବାଣ୍ଟିଲେ ସାଡି

ବନ୍ଧୁଗାଁ ତା ୧୮/୬/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଆଲମଣ୍ଡା ପଞ୍ଚାୟତର ବଡବାଙ୍କିଡି ଗ୍ରାମରେ ଥିବା ଦୁଇଶହ ଅସହାୟ ବୃଦ୍ଧବୃଦ୍ଧା ଙ୍କୁ ସମାଜସେବୀ ଶଙ୍କର ସାଉନ୍ତା ନିଜ ହାତରେ ବାଣ୍ଟିଲେ ସାଡ଼ି ଓ ଲୁଙ୍ଗି । ଶଙ୍କର ସାଉନ୍ତା ଜଣେ ଶିକ୍ଷକ କିନ୍ତୁ ସେ ଅତି ମେଳାପି ଓ ଲୋକଙ୍କ ନିକଟର ହୋଇ ସମସ୍ୟା ଜାଣି ସମାଧାନ ପାଇଁ ପରାମର୍ଶ ଦେଇଥାନ୍ତି । ସେ ଅନେକ ଗାଁ ଗୁଡିକରେ ଯୁବକ ମାନଙ୍କ ଅନେକ ଖେଳ ପ୍ରତିଯୋଗିତାରେ ପହଞ୍ଚି ଉତ୍ସାହିତ କରିବା , ଅସହାୟ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସମେତ ଖାତା, କଲମ ଓ ପେନସିଲ ବଣ୍ଟନ କରିଛନ୍ତି। ଏହା ସହିତ ସେ ଅନେକ ଅସହାୟ ଲୋକଙ୍କ ଯେକୌଣସି ଅସୁବିଧା ଜାଣିବା ମାତ୍ରେ ନିଜର ସେବା ଭାବନା ନେଇ ସେ ଲୋକଙ୍କ ପାଖରେ ପହଞ୍ଚି ଥାନ୍ତି। ସେ ଯେତେ ବେଳେ ନିର୍ଦ୍ଧିଷ୍ଟ ଗ୍ରାମକୁ ଯାନ୍ତି ସେଠାରେ ଥିବା ବିଜେଡି ଦଳର ବ୍ଲକ ଓ ସ୍ଥାନୀୟ କର୍ମୀଙ୍କ ସାଥିରେ ନେଇ ପହଞ୍ଚି ଥାନ୍ତି। ଆଜି ବଡବାଙ୍କିଡି ଗ୍ରାମରେ ପହଞ୍ଚିବା ଆଗରୁ ବିଜେଡି ବ୍ଲକ ସଭାପତି ବାଲା ନାଗ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ଜିଲ୍ଲା ପରିଷଦ ସଦସ୍ୟ ମାଜି ହିମରିକା, ଆଲମଣ୍ଡା ପଞ୍ଚାୟତ ସରପଞ୍ଚ ଗୌରୀ ମେଲେକା, ବିଜେଡି ବରିଷ୍ଟ କର୍ମୀ ଦୂର୍ଯ୍ୟ ନାଗ ଓ ସିତାନା ହିମରିକା ଙ୍କ ଉପସ୍ଥିତିରେ ୨୦୦ ଜଣ ବୃଦ୍ଧବୃଦ୍ଧା ଙ୍କୁ ଶାଡ଼ି ଓ ଲୁଙ୍ଗି ବଣ୍ଟନ କରା ଯାଇଛି। ଶଙ୍କର ସାଉନ୍ତା ଙ୍କ ଏହି ପ୍ରକାର ସମାଜ ସେବା କାର୍ଯ୍ୟ ପାଇଁ  ବନ୍ଧୁଗାଁ ବ୍ଲକର ଅନେକ ଗ୍ରାମର ଲୋକ ଭଲ ପାଉଥିବାରୁ ନିଜର ବିବାହ, ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦାନ କରିବା ସହିତ ମୃତ୍ୟୁ ଖବର ପାଇବା ମାତ୍ରେ ପହଞ୍ଚି ପାରିବାର ଲୋକଙ୍କୁ ସାକ୍ଷାତ କରିଥାନ୍ତି। ସେ ବିଜେଡି ଦଳକୁ ଭଲ ପାଉଥିବାରୁ ଦଳର ସୁପ୍ରିମ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଟିକେଟ ଦେଲେ ସମସ୍ତେ ଏକାଠି ହୋଇ ଭୋଟ ଦେଇ ଜିତାଇବେ ବୋଲି ଲୋକେ ଆଲୋଚନା କରୁଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ସାଇକେଲ ରାଲି ଅନୁଷ୍ଠିତ।

Sunil Chandra Nayak

ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ, ସେବାସ୍ତମ୍ଭ ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!