ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗତ ୨୪ ଘଣ୍ଟା ଧରି ଧର୍ମଗଡ ଅଞ୍ଚଳରେ ନାକେଦମ୍ କଲାଣି ଜଂଗଲୀ ହାତୀ ,ଜଣେ ମୃତ ଜଣେ ଆହତ, ଆତଙ୍କିତ ସହରବାସୀ 

ଆତଙ୍କିତ ନ ହୋଇ ସତର୍କ ରହିବାକୁ ଉପଜିଲ୍ଲାପାଳ ଙ୍କ ବାର୍ତ୍ତା…

 ଜଙ୍ଗଲି ହାତୀ କୁ ନେଇ ଲୋକେ ଆତଙ୍କିତ ନ ହୋଇ ସଚେତନ ରହିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ, ଏକ ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରିଛନ୍ତି। ରାତିରେ ବାହାରକୁ ନଯାଇ ନିଜ ଘରେ ନିରାପଦ ଭାବେ ରହିବା ପାଇଁ ସେ କହିଛନ୍ତି।

ଗତକାଲି ସନ୍ଧ୍ୟା ସମୟରେ ଧର୍ମଗଡ ସହର କୁ ଏକ ଜଂଗଲୀ ଦନ୍ତା ହାତୀ ପଶି ଆସିବାରୁ ସହର ବାସୀ ଆତଙ୍କିତ ହୋଇ ପଡିଥିଲେ । ହାତୀ ଟି ସହରାଞ୍ଚଳ ର କାଶିବାହାଲ ପଟୁ ପଶି ବିଲ ମଧ୍ଯ ଦେଇ ପଞ୍ଚାୟତ ମହାବିଦ୍ୟାଳୟ ନିକଟକୁ ଚାଲି ଆସିଥିବା ବେଳେ ରାତି ଅନ୍ଧାର ଯୋଗୁ ତାକୁ ଦେଖା ଯାଇ ପାରୁ ନଥିଲା । ଅନ୍ୟପକ୍ଷେ କାଳେ ହାତୀ ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବ ଏହି ଆଶଙ୍କା ରେ ଜୁନାଗଡ଼ ଗ୍ରିଡ ସବ୍ ଷ୍ଟେସନ ରୁ ୩୩କେଭି ଲାଇନ ଟ୍ରିପ କରା ଯାଇଛି ବୋଲି ଧର୍ମଗଡ ବିଦ୍ୟୁତ ବିଭାଗ ଏସଡ଼ିଓ ଗୁପ୍ତ ପ୍ରସାଦ ତ୍ରିପାଠୀ ସୂଚନା ଦିଆ ଯାଇଥିଲା । ଫଳ ରେ ସମଗ୍ର ସହର ସମେତ ଆଖ ପାଖ ଅଞ୍ଚଳ ଦୀର୍ଘ ସମୟ ଧରି ଅନ୍ଧାର ରେ ରହି ଯାଇ ଥିଲା । ହାତୀ କୁ ଘଉଡାଇ ବା ପାଈ ଏଵଂ ଏହାର ଗତି ବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷ ରୁ ରେଞ୍ଜର ଭବାନୀ ଶଙ୍କର କୁଅଁର, ଫରେଷ୍ଟର, ଗାର୍ଡ, ପାରା ୱାର୍କର ଟିମ୍ ସହିତ ପଞ୍ଚାୟତ କଲେଜ ଅଞ୍ଚଳ ରେ ପାଇତରା ମାରୁଛନ୍ତି ।ହାତୀ ଟି ରାତି ରେ କେଉଁ ଆଡେ ଯିବ, କଣ କରିବ ତାହା କୁ ନେଇ ଲୋକେ ଆତଙ୍କିତ ହୋଇ ରହିଥିଲେ । ଅନ୍ୟ ପକ୍ଷରେ ଲୋକେ ରାତିରେ ନିଜ ନିଜ ଘରେ ରୁହନ୍ତୁ ବାହାରେ ବୁଲାବୁଲି କରନ୍ତୁ ନାହି ବୋଲି ଡାକ ବାଜି ଯନ୍ତ୍ର ଦ୍ବାରା ସହରବାସୀ ଙ୍କୁ ପରାମର୍ଶ ଦିଆ ଯାଇଛି । ହାତୀ ଟି ରାତି ରେ ସହର ର ପଶ୍ଚିମ ଦିଗ ଗଡିଆଯୋର ଗାଁ ପଟ କୁ ଯାଇ ଥିଲା । ହାତୀ ସହରାଞ୍ଚଳ ଛାଡ଼ି ଥିବା ନିଶ୍ଚିତ ହେବା ପରେ ରାତି ପ୍ରାୟ ୧୨ ଟା ସମୟ ରେ କରେଣ୍ଟ ଆସିଥିଲା । ତେବେ ଖବର ମୁତାବକ ଗଡିଆଯୋର ଗାଁ କୁ କାମ କରିବା ପାଇଁ ଆସିଥିବା ଜଣେ ବ୍ୟକ୍ତି ହାତୀ ଆକ୍ରମଣ ର ଶିକାର ହୋଇ ଥିଲା ତୁରନ୍ତ ତାକୁ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଥିଲା । ବନ ବିଭାଗ ର ସୂଚନା ଅନୁଯାୟୀ ଆଜି ସକାଳୁ ହାତୀ ଟି ତାରାପୁର ବୋଡ଼େନ ଅଞ୍ଚଳ ରେ ଦେଖା ଯାଇ ଥିଲା ସେଠାରୁ ସେ ନନ୍ଦଗାଁ ପଟ କୁ ଯାଇ ଥିଲା। ବର୍ତ୍ତମାନ ହାତୀଟି ବିରାମାଲ ଗ୍ରାମ ପାଖରେ ରହିଥିବା ଜଣପଡିଛି। 

ହାତୀଟିକୁ ଜଙ୍ଗଲ ମୁହାଁ କରିବା ପାଇଁ ଭବାନୀପାଟଣା କର୍ଲାପାଟ ଅଞ୍ଚଳରୁ ଏକ ବିଶେଷଜ୍ଞ ଦଳ ଆସି ହାତୀର ଗତିପଥ କୁ ନେଇ ତର୍ଜମା କରୁଛନ୍ତି। ହାତୀଟି ଫୁଲବାଣୀ ଅଞ୍ଚଳରୁ ନିଜ ଗୋଷ୍ଟି ମଧ୍ୟରୁ ବାଟବଣା ହୋଇ ଏ ଅଞ୍ଚଳକୁ ଚାଲି ଆସିଥିବା କୁହାଯାଉଛି। ଜଙ୍ଗଲି ହାତୀ କୁ ଜଙ୍ଗଲ ମୁହାଁ କରିବା ପାଇଁ ବନ ବିଭାଗ କର୍ମଚାରୀ ମାନେ ଉଦ୍ୟମ ଚଳାଇଛନ୍ତି।

ସୂଚନାଯୋଗ୍ୟ ଯେ, ଚିଙ୍ଗୁଡ଼ସର୍ ପଞ୍ଚାୟତ ର ଝାରବନ୍ଦ ଗ୍ରାମରେ ଉକ୍ତ ଜଂଗଲୀ ହାତୀ ଆକ୍ରମଣରେ ଗଜିନ୍ଦ୍ର ଜାନି ମୃତ୍ୟୁବରଣ କରିଥିଲେ। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଜି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରି ମୃତକ ଙ୍କ ପରିବାର ପାଇଁ ୬ଲକ୍ଷ ଟଙ୍କା ର ଅନୁଦାନ କୁ ଅନୁମୋଦନ କରିବା ସହିତ ତୁରନ୍ତ ଷାଠିଏ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ମିଲେଟ୍ ମିଶନ କାର୍ଯ୍ୟକ୍ଷମ ଲାଗି ‘ଜନ ମଙ୍ଗଳ ‘କୁ ଓ ଏଲ୍ ଏଚ୍ ଏବଂ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଙ୍କ ନିର୍ଭର ପ୍ରତିଶୃତି 

Sunil Chandra Nayak

୧- ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା , ୨- ବନ୍ଧୁଗାଁ ବ୍ଲକରେ ସହିଦ ଲକ୍ଷ୍ମଣ ନାୟକ ଫାଶୀ ଦିବସ ପାଳିତ  , ୩- ଗନ୍ଧିଆ ମଇଳା ଆବର୍ଜନା କୁଡା କୁଡା ହୋଇ ଜମି ରହିଛି ଥାନା ସାମନ୍ନାରେ 

masiha

Leave a Comment

error: Content is protected !!